ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପ୍ରେମରେ ପ୍ରତିଜ୍ଞା କରିବାର ଦିନ ଏବଂ ସାରା ଜୀବନରେ ପ୍ରତିଜ୍ଞା କୁ ଦୃଢ କରିବାର ଦିନ ଟିଏ । ଏହି ଅବସରରେ ପ୍ରେମୀ ଯୁଗଳ ସେମାନଙ୍କ ସାଥୀଙ୍କୁ ବିଭିନ୍ନ ଉପାୟରେ ପ୍ରତିଜ୍ଞା କରିଛନ୍ତି । ଏହାସହିତ ପ୍ରତିଜ୍ଞା କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ଉପହାର ଉପଲବ୍ଧ ରହିଛି ।
ସେହି ସବୁ ଉପହାର ମଧ୍ୟରୁ ସବୁଠୁ ଖାସ୍ ଉପହାର ହେଉଛି ‘ସ୍ପେଶାଲ କପ୍’ । ଯେଉଁଥିରେ ପ୍ରେମୀ ଯୁଗଳ ଉଭୟଙ୍କ ଫଟୋ ପ୍ରିଣ୍ଟ କରୁଛନ୍ତି । ଏହି କପ୍ ରେ ଚା’, କଫି କିମ୍ବା କୌଣସି ଗରମ ପଦାର୍ଥ ଢାଳିବା ଦ୍ୱାରା ଯୋଡିଙ୍କ ଫଟୋ ନଜର ଆସିଥାଏ । ଏହା ବ୍ୟତିତ ମେଟାଲିକ୍ ଫଟୋ ଫ୍ରେମ୍ ଉବଲବ୍ଧ ରହିଛି ।
ଏହାସହିତ ଗିଫ୍ଟ ଦୋକାନରେ ୯୯ ଟଙ୍କାରୁ ନେଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରିଟିଙ୍ଗ କାର୍ଡ ଉପଲବ୍ଧ ଅଛି । ଏହି କାର୍ଡରେ ପ୍ରତିଜ୍ଞାର ଅନେକ ସନ୍ଦେଓ ଲିଖିତ ଅଛି । ଯାହା ପ୍ରେମୀ ଯୁଗଳଙ୍କ ହୃଦୟକୁ ଛୁଇଁବ । ଏହା ବ୍ୟତିତ ମ୍ୟୁଜିକାଲି ଗିଟିଙ୍ଗ୍ ପ୍ରେମୀ ଯୁଗଳଙ୍କ ମନ ଜିଣୁଛୁ ।
ପ୍ରତିଜ୍ଞା ଦିବସରେ ସାଥୀଙ୍କୁ ଉପହାରଟିଏ ଦେବା ସହ ପ୍ରତିଜ୍ଞା କରିବାରେ ବିଲକୁଲ୍ ଭୁଲନ୍ତୁ ନାହିଁ । ଯେପରିକି- ସାରା ଜୀବନ ଏକାଠି ରହିବା ପ୍ରତିଜ୍ଞା, ଦୁହେଁ ଦୁହିଁଙ୍କୁ ସମୟ ଦେବାର ପ୍ରତିଜ୍ଞା, କଦାପି ମିଛ ନକହିବାର ପ୍ରତିଜ୍ଞା, ଧୋକା ନଦେବାର ପ୍ରତିଜ୍ଞା, ଦୁଃଖ ସୁଖରେ ସାଥୀରେ ରହିବାର ପ୍ରତିଜ୍ଞା, ଅନ୍ୟପ୍ରତି ଆକର୍ଷିତ ନହେବାର ପ୍ରତିଜ୍ଞା,ଝଗଡା ନକରିବାର ପ୍ରତିଜ୍ଞା ଆଦି । ଏଭଳି ଅନେକ କିଛି ପ୍ରତିଜ୍ଞା କରନ୍ତୁ ।