ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଲୋକ ଅଛନ୍ତି ଯେଉଁମାନେ କି ବିନା ଚିନି ରେ କୌଣସି ଖାଦ୍ୟ ଖାଇବେ ନାହିଁ । ସେମାନଙ୍କର ସବୁଥିରେ ଅଧିକାଂଶ ମାତ୍ରାରେ ଚିନି ଆବଶ୍ୟକ । ଯାହାଦ୍ୱାରା ସେମାନେ ଏକ ଅଭ୍ୟାସରେ ପଡି ଯାଇଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଜିକାଲି ଅଧିକାଂଶ ରୋଗର କାରଣ ହେଉଛି ଚିନି । ଏକ ଗବେଷଣାରୁ ଜାଣିବାକୁ ମିଳିଛି କି ଅଧିକ ମାତ୍ରାରେ ମିଠା ଖାଇବା ଏକ ପ୍ରକାରର ବାୟୋଲୋଜିକାଲ ଆଡିକ୍ସନ । ଏହି ଅଭ୍ୟାସ ଆପଣଙ୍କଠାରୁ ଆପଣଙ୍କ ପରିବାରକୁ ଡେଇଁଥାଏ ।
ଚିନି ରେ କେବଳ କ୍ୟାଲୋରି ଥାଏ , ସେଥିରେ ପ୍ରୋଟିନ, ଭିଟାମିନ୍ ବା ଖଣିଜ ଆଦି ପୋଷକ ତତ୍ୱ ନଥାଏ । ଅଧିକ ଚିନି ବ୍ୟବହାର ଦ୍ୱାରା ପୋଷକ ତତ୍ୱ କମ ହୋଇଥାଏ । ଯାହାଫଳରେ କର୍କଟ ଭଳି ମାରାତ୍ମକ ରୋଗ କଣିକାର ଅନିୟନ୍ତ୍ରିତ ବୃଦ୍ଧିର ପରିଣାମ ହୋଇଥାଏ । ଏହି ବୃଦ୍ଧିର ନିୟନ୍ତ୍ରଣରେ ଇଂସୁଲିନ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଅଧିକ ମାତ୍ରାରେ ଚିନି ଇଂସୁଲିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ କର୍କଟ ରୋଗ ହେବାର ମୁଖ୍ୟ କାରଣ ହୋଇଥାଏ । ସେଥିପାଇଁ ଅଧିକ ମାତ୍ରାରେ ଚିନି ସେବନ ଶରୀର ପାଇଁ ହାନିକାରକ ହୋଇଥାଏ ।
ପ୍ରକୃତରେ ନିୟମିତ ରୂପେ ମହିଳାଙ୍କ ପାଇଁ ୫ ଚାମଚ ଚିନି ,ପୁରୁଷଙ୍କ ପାଇଁ ୯ ଚାମଚ ଚିନି ଏବଂ ଛୋଟ ଛୁଆଙ୍କ ପାଇଁ ୪ ଚାମଚ ଚିନି ପର୍ଯ୍ୟାପ୍ତ ଅଟେ ।