ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା ସୁସ୍ଥ ଏବଂ ସୁନ୍ଦର ଶରୀର । ସୁସ୍ଥ ରହିବା ପାଇଁ ଲୋକ ଖାଦ୍ୟ ପାନୀୟ ସହିତ ବ୍ୟାୟାମ ମଧ୍ୟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ସାଇକଲିଙ୍ଗ୍ କରିବା ଦ୍ୱାରା ଶରୀର ସୁସ୍ଥ ରହିବ । ତେବେ ଆସନ୍ତୁ ଜାଣିବା ସାଇକଲିଙ୍ଗ୍ ର କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା ବିଷୟରେ..
– ନିୟମିତ ଅଧାଘଣ୍ଟା ସାଇକଲିଙ୍ଗ୍ କରିବା ଦ୍ୱାରା ହାର୍ଟ ସୁସ୍ଥ ରୁହେ । ଏହା କେବଳ ହାର୍ଟକୁ ସୁସ୍ଥ ରଖେ ନାହିଁ ବରଂ ରକ୍ତ ପ୍ରବାହକୁ ମଧ୍ୟ ସଠିକ୍ ରଖିଥାଏ ।
– ପାଦର ମାଂସପେଶୀ ମଜବୁତ ରହିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ସାଇକଲିଙ୍ଗ୍ । ସାଇକଲିଙ୍ଗ୍ କରିବା ଦ୍ୱାରା ମାଂସପେଶୀ ସମେତ ଆଣ୍ଠୁ ଗଣ୍ଠି ମଜବୁତ ରୁହେ ।
– ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ଅଧଘଣ୍ଟା ସାଇକଲିଙ୍ଗ୍ କରନ୍ତୁ । ଏହାଦ୍ୱାରା ଶରୀରରେ ଜମାଟ ବାନ୍ଧିଥିବା ଏକ୍ସଟ୍ରା ଫ୍ୟାଟ ସହଜରେ କମିଯାଇଥାଏ । ଏହାସହିତ ଶରୀର ଫୂର୍ତ୍ତି ରୁହେ ।
– ମଧୁମେୟ ରୋଗୀ ପାଇଁ ସାଇକଲିଙ୍ଗ୍ ଖୁବ୍ ଉପଯୋଗୀ ହୋଇଥାଏ । ଟାଇପ ୱାନ୍ ଡାଇବେଟିସ ରୋଗୀ ପ୍ରତିଦିନ ଅଧଘଣ୍ଟା ସାଇକଲିଙ୍ଗ୍ କରିବା ଉଚିତ୍ ।