ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଏବଂ ଚମକ ତ୍ୱଚା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚିନ୍ତାରେ ରହିଥାନ୍ତି । ଏହାସହିତ ସୁନ୍ଦର ଦେଖାଯିବା ସମସ୍ତଙ୍କର ଇଛା ଥାଏ । ଯେଉଁଥି ପାଇଁ ଲୋକେ ଅନେକ ଉପାୟ ମଧ୍ୟ ଆପଣାଇ ଥାନ୍ତି । ବୟସ ବୃଦ୍ଧିର ପ୍ରଭାବ ଯେପରି ନପଡିବ ସେଥିପାଇଁ ଡାଏଟ୍ ଜରୁରୀ । ଆଜି ଆମେ ଆପଣଙ୍କୁ କିଛି ଜୁସ୍ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରର ମେଟାବଲିଜିମ୍ କୁ ସୁସ୍ଥ ରଖିବା ସହ ମନୁଷ୍ୟ ସୁସ୍ଥ ରହିଥାନ୍ତି ।
ଗାଜର ଜୁସ୍: ସାଧାରଣତଃ ଗାଜରକୁ କୌଣସି ତରକାରୀରେ ବା ସାଲାଡ୍ ରେ ବ୍ୟବହାର କରାଯାଇଥାଏ । ଗାଜର ଜୁସ୍ରେ ଆୟରନ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି, ଯାହା ରକ୍ତ ଏବଂ ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ସୁସ୍ଥ ଏବଂ ଗ୍ଲୋଇଙ୍ଗ ତ୍ୱଚା ପାଇଁ ଏହି ଜୁସ୍ ଖୁବ୍ ଉପଯୋଗୀ ହୋଇଥାଏ ।
ବିଟ୍ ଜୁସ୍: ବିଟ୍ ରେ ଆୟରନ୍ ର ସବୁଠାରୁ ଭଲ ସ୍ରୋତ ରହିଛି । କାରଣ ଏଥିରେ ପୋଟାସିୟମ ଥାଏ । ଯାହାଦ୍ୱାରା ଏହା ଶରୀରରେ ଆବଶ୍ୟକୀୟ ରକ୍ତ ନିର୍ମାଣ ଏବଂ ତ୍ୱଚା ପାଇଁ ଫାଇଦା ହୋଇଥାଏ । ସେଥିପାଇଁ ସୁସ୍ଥ ଏବଂ ଗ୍ଲୋଇଙ୍ଗ ତ୍ୱଚା ପାଇଁ ବିଟ୍ ଜୁସ୍ ରାମବାଣ ସଦୃଶ ।
ମୌସମୀ ଜୁସ୍: ବର୍ଷକ ବାରମାସୀ ମୌସମୀ ବଜାରରେ ମିଳିଥାଏ । ଏଥିରେ ବହୁଳ ମାତ୍ରାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟରହିଥାଏ, ଯାହା ଶରୀରକୁ ସଂକ୍ରମଣ ହେବାରୁ ରକ୍ଷା କରାଇଥାଏ । ଏହାସହିତ ରକ୍ତ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ । ସେଥିପାଇଁ ସୁସ୍ଥ ଏବଂ ଗ୍ଲୋଇଙ୍ଗ ତ୍ୱଚା ପାଇଁ ଏହି ଜୁସ୍ ଜରୁରୀ ହୋଇଥାଏ ।
କମଳା ଜୁସ୍: ଏହି ଜୁସ୍ ରେ ଥିବା ସାଇଟ୍ରିକ ଏସିଡ୍ ତ୍ୱଚାକୁ ହାଇଡ୍ରେଟ କରିଥାଏ ଏବଂ ସ୍ୱର୍ଯ୍ୟତାପରୁ ରକ୍ଷା କରାଇଥାଏ । ସେଥିପାଇଁ ନିୟମିତ ଆପଣଙ୍କ ଡାଏଟ୍ ରେ କମଳା ଜୁସ୍ ସାମିଲ କରନ୍ତୁ । ଏହାଦ୍ୱାରା ପାଚନକ୍ରିୟା ସଠିକ୍ ହୋଇଥାଏ ।