ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ଲୋକ ସେମାନଙ୍କ ଶରୀରର ହାଉ ଉପରେ ବିଶେଷ ଧ୍ୟାନ ଦେଇନଥାନ୍ତି । ସେମାନେ ଭାବିଥାନ୍ତି କି କେବଳ କ୍ୟାଲସିୟମ ଦ୍ୱାରା ହିଁ ହାଡକୁ ମଜବୁତ କରାଯାଇ ପାରିବ । ଏପରିକି ହାଡ ଯେପରି କମଜୋର ନହେବ ସେଥିପାଇଁ କିଛି ଲୋକ କ୍ୟାଲସିୟମର ସପ୍ଲିମେଣ୍ଟସ ନେବା ଆରମ୍ଭ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କିଡନୀ ଏବଂ ହାର୍ଟକୁ କ୍ଷତି ପହଁଚାଇପାରେ କ୍ୟାଲସିୟମ ସପ୍ଲିମେଣ୍ଟସ । ବୋନ ଡେନସିଟି ପାଇଁ କ୍ୟାଲସିୟମ ବ୍ୟତିତ ଅନ୍ୟ ଜିନିଷର ମଧ୍ୟ ଜରୁରୀ ରହିଛି ।
– ଅତ୍ୟଦିକ କ୍ୟାଲସିୟମ ଶରୀରରେ ଶୋଷିତ ହୁଏ ନାହିଁ । ସେଥିପାଇଁ ଅଧିକ ମାତ୍ରାରେ କ୍ୟାଲସିୟମ ନେବାର କୌଣସି ଫାଇଦା ନାହିଁ । କ୍ୟାଲସିୟମ ସହିତ ଆପଣଙ୍କୁ ଭିଟାମିନ୍ ଡି୩ ମଧ୍ୟ ନେବା ଉଚିତ୍ । ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଡି୩ ର ସ୍ତର କମ ଥିବ ତେବେ ଆପଣ କ୍ୟାଲସିୟମକୁ ଅବଶୋଷିତ କରିପାରିବେ ନାହିଁ । ସୂର୍ଯ୍ୟଙ୍କ ତାପରୁ ଶରୀରରେ ସୃଷ୍ଟି ହୋଇଥାଏ ଭିଟାମିନ୍ ଡି୩ ।
– ହାଡକୁ ମଜବୁତ କରିବା ପାଇଁ ଆପଣଙ୍କୁ ମ୍ୟାଗ୍ନେସିୟମ, ଜିଙ୍କ ଏବଂ ଭିଟାମିନ୍ କେ୨ ମଧ୍ୟ ଆବଶ୍ୟକ ପଡିଥାଏ । ହାଡର ଘନତ୍ୱ କରିବାରେ ସହାୟକ ହୋଇଥାଏ ଭିଟାମିନ୍ କେ୨ । ସନ୍ତୁଳିତ ଡାଇଟରୁ ଏହି ସବୁ କିଛି ମିଳିଯିବ ।
– ହାଡର ୫୦ ପ୍ରତିଶତ କେବଳ ପ୍ରୋଟିନରୁ ହୋଇଥାଏ । ହାଡକୁ ମଜବୁତ କରିବା ପାଇଁ ସବୁଜ ପନିପରିବା, ମାଛ, ଦୁଗ୍ଧ ଜାତୀୟ ପଦାର୍ଥ ଡାଇଟରେ ସାମିଲ କରିବା ଉଚିତ୍ ।
– ଲୋକେ ଭାବିଥାନ୍ତି କି ଭିଟାମିନ୍ ସି କେବଳ ଇମ୍ୟୁନିଟି ବଢାଇଥାଏ କିନ୍ତୁ ଏହା ହାଡର କଣିକାରେ ମଧ୍ୟ ସୁଧାର ଆଣିଥାଏ । ସେଥିପାଇଁ ଡାଇଟରେ କମଳା, ଲେମ୍ବୁ, ସିମଲା ଲଙ୍କା, ଷ୍ଟ୍ରବେରୀ, ବ୍ରୋକଲି ଆଦି ସାମିଲ କରନ୍ତୁ ।