ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶରିରୀକ ଏବଂ ମାନସିକ ବିଶୃଙ୍ଖଳା ଦୂର କରିବା ପାଇଁ ଅତିକମରେ ୭ ରୁ ୮ ଘଣ୍ଟା ନିଦ ହେବା ନିହାତି ଆବଶ୍ୟକ । ଅନେକ ଡାକ୍ତରଙ୍କ କହିବାନୁଯାୟୀ, ସୁସ୍ଥ ରହିବା ପାଇଁ ଭଲ ନିଦ ହେବା ନିହାତି ଦରକାର । ଯଦି ୨୪ ଘଣ୍ଟା ମଧ୍ୟରୁ ଆପଣ କିଛି ସମୟ ଭଲ ନିଦରେ ନଶୋଇବେ ତେବେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ସେଥିପାଇଁ କରାଯାଇଥିବା ରିସର୍ଚ୍ଚ ମୁତାବକ, ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି କି ୫ ଘଣ୍ଟାରୁ କମ୍ ଶୋଉଥିବା ବ୍ୟକ୍ତିଙ୍କ ଠାରେ ଅନେକ ହାନିକାରକ ସମସ୍ୟା ଦେଖାଦେଇଥାଏ । ଯାହାଫଳରେ ଅନେକ ରୋଗର ଶିକାର ମଧ୍ୟ ହେବାକୁ ପଡିଥାଏ ।
ମଧୁମେୟ : ସଠିକ୍ ନିଦ ନହେବା ଯୋଗୁଁ, ଜଙ୍କଫୁଡ୍ ଖାଇବାକୁ ମନେ ହୋଇଥାଏ । ଯାହାଦ୍ୱାରା ରୋଗ ଆରମ୍ଭ ହୋଇଯାଏ । ଶରୀରରେ ଜଙ୍କଫୁଡ୍ ର ଅନେକ ଖରାପ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ମଧୁମେୟ ହେବାର ଆଶଙ୍କା ଅଧିକ ଥାଏ ।
ଅଷ୍ଟିୟୋପୋରୋସିସ୍ : ଭଲ ନିଦ ନହେବା ଦ୍ୱାରା ଶରୀରର ହାଡ କମଜୋର ହୋଇଥାଏ ଏବଂ ଶରୀରରେ ଥିବା ମିନେରାଲ୍ସର ସନ୍ତୁଳନ ବି ବିଗିଡି ଯାଇଥାଏ । ଯାହାଫଳରେ ଆଣ୍ଠୁ-ଗଣ୍ଠି ସମସ୍ୟା ଦେଖାଦେଇଥାଏ ।
କର୍କଟ: ସଠିକ୍ ଭାବେ ନିଦ ନହେଲେ ସ୍ତନ କର୍କଟର ସଙ୍କଟ ବଢିଥାଏ । ଏହାସହିତ କଣିକାକୁ ବି କ୍ଷତି ପହଁଚିଥାଏ ।
ହୃଦଘାତ: ଯେତେବେଳେ ଆପଣମାନେ ଶୋଇଥାନ୍ତି ସେହି ସମୟରେ ଶରୀର ଭିତରେ ସଫା ହୋଇଥାଏ । କିନ୍ତୁ ନିଦ ନ ହେବା ଯୋଗୁଁ ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥ ସଫା ହୋଇପାରେ ନାହିଁ । ଯେଉଁଥି ପାଇଁ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଇଥାଏ ଏବଂ ହୃଦଘାତ ହୋଇଥାଏ ।
ମାନସିକ ସ୍ଥିତିରେ ପ୍ରଭାବ: କମ୍ ଶୋଇବାର ସିଧା ପ୍ରଭାବ ମାନସିକ ସ୍ଥିତି ଉପରେ ପଡିଥାଏ ।