ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । ଖରାପ ଖାଦ୍ୟ ଏବଂ ଜୀବନଶୈଳୀ ଯୋଗୁଁ ରକ୍ତ ଅଶୁଦ୍ଧ ହୋଇଥାଏ । ଯାହାଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଶରୀରକୁ ଅକ୍ସିଜେନ ପହଁଚାଇଥାଏ ରକ୍ତ । ଯାହାଦ୍ୱାରା ଆପଣ ସୁସ୍ଥ ରହିଥାନ୍ତି । ରକ୍ତ ଅଶୁଦ୍ଧ ହେବା ଦ୍ୱାରା ଥକାପଣ, ପେଟ ସମସ୍ୟା, ଲଗାତର ଓଜନ ହ୍ରାସ ଭଳି ସମସ୍ୟା ଉପୁଜିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଅଶୁଦ୍ଧ ରକ୍ତରୁ ଛୁଟକାରା ପାଇବା ପାଇଁ କଣ କରିବା ଉଚିତ୍ ।
ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଅଁଳା । ଏଥିରେ ଭିଟାମିନ୍ ସି ର ଅନେକ ଗୁଣ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ନୂତନ ରକ୍ତ ତିଆରି କରିଥାଏ । ଦିନକ ମଧ୍ୟରେ ୩ ଥର ଗରମ ପାଣିରେ ଲେମ୍ବୁ ମିଶାଇ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କର ସମସ୍ତ ପ୍ରକାରର ରକ୍ତ ସମସ୍ୟା ଦୂର ହୋଇଯିବ । ଏହାସହିତ ୨୫ ଗ୍ରାମର ଶୁଖିଲା ଅଙ୍ଗୁରକୁ ରାତି ସାରା ଭିଜାଇ ରଖନ୍ତୁ । ସକାଳୁ ଏହାକୁ ପେସି ଗୋଟେ ଗ୍ଲାସ ପାଣିରେ ପିଅନ୍ତୁ । କିଛିଦିନ ଲଗାତର ଭାବେ ଏହାକୁ ସେବନ କରିବା ଦ୍ୱାରା ଅଶୁଦ୍ଧ ରକ୍ତରୁ ଛୁଟକାରା ପାଇ ପାରିବେ । ଗୋଟେ ଗ୍ଲାସ ଗରମ ଖୀରରେ ହଳଦୀ ମିଶାଈ ଶୋଇବା ପୂର୍ବରୁ ପିଅନ୍ତୁ । ନୀମ୍ବରେ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ । ରକ୍ତକୁ ସଫା କରିବାରେ ସହାୟକ ହୋଇଥାଏ ନୀମ୍ବ ।