ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପୁରୁଷ ହୋଇଥାନ୍ତୁ କିମ୍ବା ମହିଳା । ଅନେକ ସମୟରେ ଦେଖିବାକୁ ମିଳେ ସେମାନଙ୍କ ତ୍ୱଚାରେ ବ୍ରଣ କିମ୍ବା କୌଣସି କଟା ଦାଗ ରହିଯାଇଥାଏ । ଏହି ଦାଗ ଯୋଗୁ ତାଙ୍କ ସୌନ୍ଦର୍ଯ୍ୟତାରେ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ତ୍ୱଚାରେ ଏଭଳି କିଛି ଦାଗ ଅଛି ତେବେ ବିଲକୁଲ୍ ଚିନ୍ତା କରନ୍ତୁ ନହିଁ । କାରଣ ଆଜି ଆମେ ଆପଣଙ୍କ ନିକଟକୁ ଏଭଳି ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରିବା ମାତ୍ରେ ପୁରୁଣା ଦାଗ ଦୂର ହୋଇଯିବ ।
ପ୍ରଥମେ ଆପଣ କଅଁଳିଆ ଲିମ୍ବ ପତ୍ର ନିଅନ୍ତୁ । ସେଥିରେ ସାମାନ୍ୟ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏକ ପ୍ୟାନରେ ଘିଅ ପକାଇ ଗରମ କରନ୍ତୁ । ଯେତେବେଳେ ଘିଅ ଭଲ ଭାବରେ ଗରମ ହୋଇଯିବ ସେତେବେଳେ ସେହି ଲିମ୍ବ ପେଷ୍ଟ ସେଥିରେ ପକାଇ ଘାଣ୍ଟନ୍ତୁ । ଏହାର ରଙ୍ଗ କଳା ହୋଇ ଆସିଲେ ପ୍ୟାନଟିକୁ ଚୂଲାରୁ ଓହ୍ଲାଇ ଦିଅନ୍ତୁ । ଏବଂ ପେଷ୍ଟଟି ଥଣ୍ଡା ହୋଇଗଲା ପରେ ଏହାକୁ ଆପଣଙ୍କ ତ୍ୱଚାରେ ଥିବା ଦାଗ ଉପରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ହାଲୁକା ମସାଜ କରନ୍ତୁ । ଏହିଭଳି ନିୟମିତ କରିବା ଦ୍ୱାରା ପୁରୁଣା ଦାଗ ଦୂର ହୋଇଥାଏ ।