ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ କେଶ ଝଡିବା ସମସ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସମୟାନୁଯାୟୀ ଆବଶ୍ୟକତା ଠାରୁ ଅଧିକ କେଶ ଝଡୁଥିବାର ଦେଖିବାକୁ ମିଳିଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ବ୍ୟକ୍ତି ମାର୍କେଟରେ ମିଳୁଥିବା ପ୍ରଡକ୍ସ କେଶରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହାଦ୍ୱାରା ଏହି ସମସ୍ୟାର ସମାଧାନ ହୁଏ ନାହିଁ ବରଂ ଅଧିକ ମାତ୍ରାରେ କେଶ ଝଡିବା ଆରମ୍ଭ ହୋଇଥାଏ । ମାତ୍ର ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଘରୋଇ ଉପଚାରମାନ ମଧ୍ୟ କରିପାରିବେ । ଯାହାଫଳରେ କେଶ ଝଡିବା ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିବା ଏହାର ଉପଚାର..
ଗୋଟେ ଚାମଚ ପିଆଜ ରସରେ ଦୁଇ ଚାମଚ ନଡିଆ ରସକୁ ଭଲ ଭାବେ ମିଶ୍ରଣ କରିନିଅନ୍ତୁ । ଆପଣ ଚାହିଁଲେ ଏଥିରେ ଏସେଂଶିୟଲ ଅଏଲ ର କିଛି ବୁନ୍ଦା ଏଥିରେ ପକାଇ ପାରିବେ । ଏସେଂଶିୟଲ ଅଏଲ ମିଶାଇବା ଦ୍ୱାରା ପିଆଜର ଗନ୍ଧ ଦୂର ହୋଇଥାଏ । ଏହାପରେ ସେହି ମିଶ୍ରଣକୁ ମୁଣ୍ଡରେ ମସାଜ୍ କରନ୍ତୁ । ମସାଜ୍ କରିବା ପରେ ଏକ ରୁ ଦୁଇ ଘଣ୍ଟା ଯାଏଁ ମୁଣ୍ଡକୁ ଖାଲି ଛାଡି ଦିଅନ୍ତୁ । ଏହାପରେ ଉଷୁମ ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏହାର ପ୍ରୟୋଗ ସପ୍ତାହରେ ଦୁଇ ଥର କରିବା ଦ୍ୱାରା କେଶ ମୂଳ ମଜବୁତ ହୋଇଥାଏ ଏବଂ କେଶ ଝଡିବା ବନ୍ଦ ହେବ ।
ଏହାସହିତ କେଶ ଝଡିବାରୁ ରକ୍ଷା ପାଇବା ପାଇଁ ପିଆଜ ରସ ଏବଂ ମହୁ ମିଶ୍ରଣ ବି ଖୁବ୍ ଲାଭଦାୟୀ ହୋଇଥାଏ । ଦୁଇ ଚାମଚ ପିଆଜ ରସ ଏବଂ ଗୋଟେ ଚାମଚ ମହୁକୁ ଭଲ ଭାବେ ମିଶ୍ରଣ କରି ସେହି ରସକୁ ଲଗାଇବା ଦ୍ୱାରା କେଶ ମଜବୁତ ହେବା ସହ ଝଡିବା ବନ୍ଦ ହୋଇଥାଏ । ଏହି ରସକୁ କେଶରେ ଲଗାଇବାର ୧୫ ମିନିଟ୍ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ।