ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରାପ ଖାଦ୍ୟପାନୀୟ ଏବଂ ପରିବର୍ତ୍ତନ ଜୀବନଶୈଳୀ ରେ ଅନେକ ଲୋକଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ସକାଳୁ ପେଟ ସଫା ନ ହେବା ଦ୍ୱାରା ଦିନ ସାରା ମୁଡ୍ ଖରାପ ରହିଥାଏ । ଏହାସହିତ ପେଟ ସଫା ନହେବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା ଅଧିକ ବଢି ଯାଇଥାଏ । ତେବେ ଏହି ସମସ୍ୟାରୁ ଛୁଟକାରା ପାଇବା ପାଇଁ କିଛି ଉପାୟ ବିଷୟରେ ଜାଣନ୍ତୁ ।
ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ପାଣି ବହୁତ ଜରୁରୀ । ସେଥିପାଇଁ ଦିନ ଯାକ ୮ ରୁ ୧୦ ଗିଲାସ ପାଣି ପିଇବା ଉଚିତ୍ । ମେଟାବୋଲିଜିମ୍ କୁ ବଢାଇଥାଏ ଉଷୁମପାଣି । ଏହାସହିତ ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଥାଏ । ସେଥିପାଇଁ ନିୟମିତ ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣି ପିଇବା ଉଚିତ୍ । ଆପଣ ଚାହିଁଲେ ଏହି ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ପାରିବେ । ଏହାଦ୍ୱାରା ପେଟ ସଫା ହୋଇଥାଏ ଏବଂ ଫ୍ୟାଟ ବି କମିଥାଏ ।
ସକାଳୁ ପେଟ ସଫା କରିବା ପାଇଁ ଏଲୋବେରା ବି ଉପଯୋଗୀ ହୋଇଥାଏ । ଏହି ଏଲୋବେରା ଜୁସ୍ ପେଟ୍ ସଫା କରିବା ସହିତ କୋଷ୍ଠକାଠିନ୍ୟରୁ ଆରାମ ଦେଇଥାଏ । ସେଥିପାଇଁ ସକାଳୁ ଉଠିବା ପରେ ପେଟ ସଫା କରିବା ପାଇଁ ଏଲୋବେରା ଜୁସ୍ ପିଅନ୍ତୁ । ଏହାଦ୍ୱାରା ପେଟ ସମେତ ତ୍ୱଜା ସମସ୍ୟା ବି ଦୂର ହୋଇଯିବ ।
ସେହିପରି ପେଟ ସମସ୍ୟା ଦୂର କରିବା ପାଇଁ ଜୁଆଁଣି ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ, ଖଣିଜ, ଫାଇବର ଏବଂ କାର୍ବୋହାଇଡ୍ରେଟ ଥାଏ । ଖଟା ହେକୁଟି ଏବଂ ଗ୍ୟାସ ସମସ୍ୟାକୁ ଦୂର କରିଥାଏ ଜୁଆଁଣି ।
ସେହିପରି ଗ୍ୟାସ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ପୁଦିନା । ସେଥିପାଇଁ ଆପଣ ପୁଦିନାକୁ ଚା ଭାବେ ଆପଣ ବ୍ୟବହାର କରି ପାରିବେ ।
ପାଚନ ପାଇଁ ସବୁଠାରୁ ଫାଇଦା ହୋଇଥାଏ ଲେମ୍ବୁ । ଲେମ୍ବୁରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍ ସି ର ମାତ୍ରା ରହିଥାଏ । ଯାହା ପାଚନ ପାଇଁ ଲାଭଦାୟକ ହୋଇଥାଏ । ସେଥିପାଇଁ ପେଟ ସଫା କରିବା ପାଇଁ ଲେମ୍ବୁ ରସ ବ୍ୟବହାର କରାଯାଇ ପାରିବ । ଏଥିରେ ଉପସ୍ଥିତି ଥିବା ଏଞ୍ଜାଇମ ଶରୀରକୁ ଡିଟକ୍ସ କରି ପାଚନରେ ସୁଧାର ଆଣିଥାଏ ।