ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଅତ୍ୟାଧୁନିକ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଂଚି ପାରିଥିଲେ ମଧ୍ୟ ପ୍ରାଚୀନ ମାନ୍ୟତା ଆଜି ବି ଆମ ସମାଜର କେନ୍ଦ୍ର ବିନ୍ଦୁ ପାଲଟିଛି । ବହୁ ପୁରାତନ କାଳରୁ ସମାଜରେ ଶୁଭ-ଅଶୁଭର ମାନ୍ୟତା ରହି ଆସିଛି । କୌଣସି ବ୍ୟକ୍ତି ଶୁଭ କାମରେ ଯାଉଥିବା ବେଳେ ଛିଙ୍କିବା, ରାସ୍ତାରେ ବିଲେଇ ପାସ୍ କରିବା, ଏପରି ଅନେକ ପ୍ରାଚୀନ ମାନ୍ୟତା ରହିଛି । ଯାହାକୁ ଶୁଭ ଓ ଅଶୁଭ ବୋଲି କୁହାଯାଏ । ଯଦି କୌଣସି ବିଲେଇ ରାସ୍ତା ପାସ୍ କରି ଯାଇଥାଏ, ତେବେ ଲୋକମାନେ ତାହାକୁ ଅଶୁଭ ବୋଲି କହିଥାନ୍ତି । କିନ୍ତୁ ଅନେକ ଲୋକ ଅଜଣା ଥିବେ ଯେ ବିଲେଇ ରାସ୍ତା ପାସ୍ କଲେ କାହିଁକି ଅଶୁଭ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା, ବିଲେଇର କିଛି ବିଶେଷ ଗୁଣ ସମ୍ବନ୍ଧରେ ।
• ଯେତେବେଳେ ବିଲେଇ ରାସ୍ତାର ବାମପାଶ୍ୱର୍ରୁ ଡାହାଣ ପାଶ୍ୱର୍କୁ ଯାଉଛି, ସେତେବେଳେ ବିଲେଇର ରାସ୍ତା କାଟିବା ଅଶୁଭ ବୋଲି ଧରାଯାଉଛି । କିନ୍ତୁ ଯେତେବେଳେ ବିଲେଇ ଡାହାଣପାଶ୍ୱର୍ରୁ ବାମପାଶ୍ୱର୍କୁ ଧାଉଁଛି, ସେତେବେଳେ ଅଶୁଭ ବୋଲି କହୁାଯାଏ ନାହିଁ । କୁକୁର ଭଳି ବିଲେଇର ଷଷ୍ଠ ଇନ୍ଦ୍ରୟୀ ଖୁବ ବିକଶିତ ବୋଲି କୁହାଯାଏ । ଏଥିପାଇଁ ଭବିଷ୍ୟରେ ହେବାକୁଥିବା ଘଟଣାକୁ ପୂର୍ବରୁ ହିଁ ଜାଣି ପାରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ଆଜି ପର୍ଯ୍ୟନ୍ତ ରହିଛି ।
• ତନ୍ତ୍ର ବିଜ୍ଞାନରେ ବିଲେଇକୁ ମହତ୍ୱପୂର୍ଣ୍ଣ ପ୍ରାଣୀ ଭାବେ ଗଣନା କରାଯାଏ । ଯଦି ବିଲେଇ ଆସି ଘରେ କାନ୍ଦେ, ତେବେ କୌଣସି ଖରାପ ଖବର ମିଳିବା ସଙ୍କେତ ଦେଇଥାଏ । ଏହା ବ୍ୟତୀତ ବିଲେଇ ବିଲେଇଙ୍କ ମଧ୍ୟରେ ଝଗଡା ହେଲେ, କାହା ସହ ଝଗଡା ଲାଗିବା ସଙ୍କେତ ବୋଲି କୁହାଯାଏ ।
• ଦୀପାବଳି ରାତିରେ ବିଲେଇ ଘରକୁ ଆସିବା ଶୁଭ ବୋଲି କହୁାଯାଏ । କାରଣ ଏହି ଦିନ ବିଲେଇ ଆସିଲେ ଲକ୍ଷ୍ମୀ ଆସେ ଏବଂ ବର୍ଷସାରା ଟଙ୍କାପଇସାରେ କିଛି ଅଭାବ ହୋଇନଥାଏ ବୋଲି ଲୋକଙ୍କ ଧାରଣା ରହିଛି ।
• ଯଦି ଶୋଇଥିବା ବେଳେ ବିଲେଇ ଆସି ଆପଣଙ୍କ ପାଦ ଚାଟୁଛି, ତେବେ ଏହା ସରକାରୀ ମାମଲାରେ ଫସିବା ସଙ୍କେତ । ଏହାବ୍ୟତୀତ ଆଗକୁ ଦେହ ଖରାପ ହେବା ସଙ୍କେତ ବୋଲି ମଧ୍ୟ କୁହାଯାଏ ।