ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଶରୀରରୁ ଥକାପଣ ଦୂର କରିବା ପାଇଁ ଏବଂ ଫ୍ରେସ ଲାଗିବା ପାଇଁ ଗାଧୋଇବା ନିହାତି ଜରୁରୀ । ନିତିଦିନ ଜୀବନରେ ଗୋଧୋଇବା ପ୍ରକ୍ରିୟା ଏକ ମୁଖ୍ୟ ଅଂଶ । କିନ୍ତୁ ଗାଧୋଇବା ସହ ମୃତ୍ୟୁର ସଂପର୍କ କ’ଣ ହୋଇପାରେ । ଆଜ୍ଞା ହଁ ଅନେକ ଥର ଶୁଣିବାକୁ ମିଳିଛି ଯେ ଗାଧୋଇବା ସମୟରେ କିଛି ବ୍ୟକ୍ତିଙ୍କର ହୃଦଘାତ ହେଇ ମୃତ୍ୟୁ ଘଠିଛି । ଏହା କୌଣସି ଭ୍ରମ ନୁହେଁ ବରଂ ସତ୍ୟ ଘଟଣା କାରଣ ଗାଧୋଇବା ସମୟରେ ସଠିକ୍ ପ୍ରକ୍ରିୟାରେ ନଗାଧୋଇଲେ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ତାମାନେ ନୁହେଁ ଯେ ଆପଣ ଗାଧୋଇବା ଛାଡିଦେବେ । ସେଥିପାଇଁ ଗାଧୋଇବାର ପ୍ରକ୍ରିୟା ଜାଣିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଗାଧୋଇବାର ସଠିକ୍ ପ୍ରକ୍ରିୟା ।
ଡାକ୍ତରଙ୍କ ଅନୁଯାୟୀ ଗାଧୋଇବା ବେଳେ ହୃଦଘାତ ହେବାର କାରଣ ହେଉଛି ଲୋକମାନେ ଠିକ୍ ପ୍ରକ୍ରିୟାରେ ନଗାଧୋଇବା । ସାଧାରଣତଃ ଜଣେ ବ୍ୟକ୍ତି ଗାଧୋଇଲା ବେଳେ ପ୍ରଥମେ ମୁଣ୍ଡରେ ପାଣି ଢାଳିଥାନ୍ତି । ଏଭଳି ବିଲକୁଲ କରନ୍ତୁ ନାହିଁ । ମଣିଷ ଏକ କୋଲ୍ଡ ବ୍ଲଡେଡ ଜୀବ ଅଟେ । ଶରୀର ବହୁତ ଶୀଘ୍ର ତାପମାତ୍ରାକୁ ଏହାର ଅନୁକୂଳ କରିଦିଏ । ମୁଣ୍ଡରେ ଅନେକ ରକ୍ତ ବାହିକା ଥାଏ । ଯାହା ମସ୍ତିସ୍କରେ ରକ୍ତ ସଂଚାଳନ ହେବାରେ ସହାୟକ କରିଥାଏ । ସେଥିପାଇଁ ଯଦି ଗାଧୋଇଲା ବେଳେ ପ୍ରଥମେ ପାଣି ମୁଣ୍ଡରେ ଢାଳନ୍ତି ତେବେ ମୁଣ୍ଡର ରକ୍ତ ଧମିନି ଗୁଡିକ ଛିଣ୍ଡିବା ଆରମ୍ଭ କରନ୍ତି । ଏହଭଳି ଖରାପ ପ୍ରକ୍ରିୟାରେ ଗାଧୋଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଖୁବ୍ ଅଧିକ ଥାଏ ।
ପ୍ରଥମେ କଦାପି ମୁଣ୍ଡରେ ପାଣି ଢାଳନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ହୃଦୟରୁ ମୁଣ୍ଡ ଆଡକୁ ଖୁବ୍ ଶୀଘ୍ର ରକ୍ତ ପଠେଇବାକୁ ପଡିଥାଏ । ଯେଉଁଥିପାଇଁ ମୁଣ୍ଡର ଶିରା ପ୍ରଶିରା ଛିଣ୍ଡି ଯିବା ସହ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ ।
ଗାଧୋଇଲା ବେଳେ ପ୍ରଥମେ ପାଦରେ ପାଣି ଢାଳନ୍ତୁ । ତାପରେ କାନ୍ଧ ଉପରେ ଏବଂ ଶେଷରେ ମୁଣ୍ଡରେ ପାଣି ଢାଳନ୍ତୁ ।
ଯେଉଁ ବ୍ୟକ୍ତି ମାନଙ୍କର ମୁଖ୍ୟତ ଉଚ୍ଚରକ୍ତ ଚାପ,ଚର୍ବି ଏବଂ ମାଇଗ୍ରେନ ସମସ୍ୟା ଅଛି ସେମାନେ ଆଗ ଏହି ସବୁ ଉପାୟକୁ ଧ୍ୟାନ ରଖନ୍ତୁ ।
Sasmita
Thankd