ଭୁବନେଶ୍ୱର (ଏଟିଆର ବ୍ୟୁରୋ):କିଛି ଲୋକ ଅଛିନ୍ତି ଯେଉଁମାନେ ବଜାରରୁ ଗୋଟେ କି ଦୁଇଟା ଅଣ୍ଡା ନୁହେଁ, ବରଂ ସଂପୂର୍ଣ୍ଣ ଅଣ୍ଡା ଟ୍ରେ କିଣି ଆଣିଥାନ୍ତି । କିନ୍ତୁ ଏହି ଟ୍ରେ ଯାକର ଅଣ୍ଡା ଗୋଟେ ଦିନରେ ଖାଇବା ସମ୍ଭବ ନୁହେଁ । ସେଥିପାଇଁ ଅଣ୍ଡାକୁ ଫ୍ରିଜରେ କିମ୍ବା ବାହାରେ ରଖି ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଅଣ୍ଡା ଗୁଡିକ ଭିତରୁ କେଉଁ ଅଣ୍ଡା ଭଲ ଏବଂ ଖରାପ? କାରଣ ଖରାପ ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କିଭଳି ଜାଣିବେ ଅଣ୍ଡା ଭଲ ଅଛି କି ଖରାପ ।
ଅଣ୍ଡା ସତେଜ ଅଛି କି ନାହିଁ ତାହାକୁ ଜାଣିବାକୁ ହେଲେ, ପ୍ରଥମେ ଏକ ପାତ୍ରରେ ଥଣ୍ଡା ପାଣି ନେଇ ସେଥିରେ ଅଣ୍ଡାକୁ ଭର୍ତ୍ତି କରିଦିଅନ୍ତୁ । ଯଦି ଅଣ୍ଡା ବୁଡି ଯାଉଛି ତେବେ ଏହାର ଅର୍ଥ ହେଉଛି ଅଣ୍ଡା ଠିକ୍ ଅଛି । ଏହା ଖାଇବା ଯୋଗ୍ୟ । ଯଦି ଅଣ୍ଡା ପାଣିରେ ଭାସିଲା ତାର ଅର୍ଥ ହେଉଛି ଅଣ୍ଡାଟି ଖରାପ ଅଛି । ଏହାକୁ ଖାଆନ୍ତୁ ନାହିଁ ତୁରନ୍ତ ଫିଙ୍ଗି ଦିଅନ୍ତୁ ।
ଏହାବ୍ୟତୀତ ଅଣ୍ଡାଟିକୁ କାନ ପାଖକୁ ନେଇ ଯାଇ ହଲାନ୍ତୁ । ଯଦି ସେଥିରୁ କୌଣସି ଶଦ୍ଦ ଶୁଣା ଯିବ ତାର ମାନେ ହେଉଛି ଅଣ୍ଡାଟି ଖରାପ ଅଛି ।
ଆଣ୍ଡାକୁ ଭାଙ୍ଗିକି ମଧ୍ୟ ସତେଜ ଅଛି କି ନାହିଁ ଜାଣି ପାରିବେ । ଅଣ୍ଡାକୁ ଭାଙ୍ଗିଲା ପରେ ଯଦି କେଶରଟା ଗ୍ଲୋବ ଆକାରର ଥିବ ଏବଂ ତାର ଧଳା ଅଂଶ ଅଠା ଭଳି ଦେଖାଯାଉଥିବା ତାର ଅର୍ଥ ହେଉଛି ଅଣ୍ଡାଟି ଭଲ ଅଛି ।