ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ତ୍ରାହି ମିଳିଲା । ଖରାରେ ରାମ ରାମ ଡାକୁଥିବା ରାଜଧାନୀ ବାସୀ ଆଜି ବର୍ଷାରେ ଭିଜିଛନ୍ତି । ଦିନମାନ ଖରା ଥିଲା । ତତଲା କଡେଇରେ ସିଝୁଥିଲା ଭୁବନେଶ୍ୱର । ହେଲେ ଅପରାହ୍ଣରେ ହଠାତ ବଦଳିଗଲା ପାଗ । ଆକାଶରେ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଚାହୁଁ ଚାହୁଁ ବର୍ଷିଲା । ଯଦିଓ ମେଘ ଏତେ ଜୋରରେ ହୋଇନାହିଁ କିନ୍ତୁ ବହିଛି ପ୍ରବଳ ପବନ ।
ଯାହାର ପ୍ରଭାବରେ କେତେକ ସ୍ଥାନରେ ଗଛ ଉପୁଡି ପଡି ରାସ୍ତାରେ ଲୋଟିଛି । ବିଶେଷ କରି ଏଜି ଛକରୁ ନେଇ ଜୟଦେବ ବିହାର ପର୍ଯ୍ୟନ୍ତ ଅଧିକ କ୍ଷତିଗସ୍ତ ହୋଇଛି । ଗଛ ରାସ୍ତାରେ ପଡିଥିବାରୁ ଯାତାୟତରେ ସମସ୍ୟା ଉପୁଜିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗଛ ହଟାଇବାକୁ ଉଦ୍ୟମ କରିଛନ୍ତି । ସେପଟେ ବର୍ଷା ପାଣି ମଧ୍ୟ ରାସ୍ତା ଉପରେ ଲହଡି ମାରୁଥିବା ଦେଖିବାକୁ ମିଳିଛି ।
ଡ୍ରେନ ସମସ୍ୟା ଯୋଗୁଁ ପାଣି ନିଷ୍କାସନ ହୋଇନାପାରି ରାସ୍ତାରେ ଜମିଥିବା ଜଣାପଡିଛି । ତେବେ ଲୋୟର ପିଏମଜିରେ ଧାରଣା ଦେଇଥିବା ଶିକ୍ଷକମାନେ ବର୍ଷା ଓ ପବନକୁ ଦେଖି ଦୌଡି ପଳାଉଥିବା ବେଳେ କେତେକ ଆହତ ହୋଇଥିବା ଖବର ମିଳିଛି ।