ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ମାଇକ୍ରୋୱେଭ ଉପଲବ୍ଧ । କିନ୍ତୁ ଏହାର ବ୍ୟବହାର ଲୋକେ କେବଳ ବେକିଂ ପାଇଁ କରିଥାନ୍ତି । ମାଇକ୍ରୋୱେଭ କେବଳ ବେକିଂ କାମକୁ ସହଜ କରେ ତାହା ନୁହେଁ ବରଂ ଅନେ ରୋଷେଇ ଘରର ଅନ୍ୟ କାମକୁ ମଧ୍ୟ ସହଜ କରିଥାଏ । ତେବେ ଆପଣ ଭାବୁଥିବେ ବେକିଂ ବ୍ୟତିତ ଆଉ କେଉଁ କାମକୁ ସହଜ କରେ ମାଇକ୍ରୋୱେଭ । ତେବେ ଆସନ୍ତୁ ଜାଣିବା..
– ରସୁଣରୁ ଚୋପା ଚଢାଇବା ବହୁତ କଷ୍ଟ । ଖାସ୍ କରି ତରତରିଆ ସମୟରେ ରସୁଣରୁ ଚୋପା ଛଡାଇବାକୁ ବିରକ୍ତି ଲାଗିଥାଏ । ଏଭଳି ସ୍ଥିତିରେ ଆପଣ ମାଇକ୍ରୋୱେଭ ବ୍ୟବହାର କରି ପାରିବେ । ସେଥିପାଇଁ ଆପଣ ରସୁଣ କୋଲାକୁ ଅଲଗା ଅଲଗା କରି ମାଇକ୍ରୋୱେଭରେ ରଖିଦିଅନ୍ତୁ । ଏହାପରେ ଆପଣ ଚୋପା ଛଡେଇଲେ ସହଜରେ ଚୋପା ଛାଡିଯିବ । ଏହାବ୍ୟତିତ ଆପଣ ରସୁଣକୁ ରୋଷ୍ଟ କରିବା ପାଇଁ ପ୍ଲାଷ୍ଟିକରେ ର୍ୟାପ କରି ମାଇକ୍ରୋୱେଭରେ ରଖି ପାରିବେ ।
– ବେଳେ ବେଳେ ମହୁ ରଖି ରଖି କ୍ରିଷ୍ଟଲାଇଜ ହୋଇଯାଇଥାଏ । ଏହା ଖରାପ ହୋଇଯାଇଥିବା ଭାବି ଲୋକେ ଫୋପାଡି ଦେଇଥାନ୍ତି । କିନ୍ତୁ ଏହାକୁ ଡି-କ୍ରିଷ୍ଟଲାଇଜ କରିବା ପାଇଁ ଆପଣ ମାଇକ୍ରୋୱେଭ ବ୍ୟବହାର କରିପାରିବେ । ଏଥିପାଇଁ ମହୁ ଡବାର ମୁହଁକୁ କାଢି ଦେ କିଛି ସମୟ ପାଇଁ ମାଇକ୍ରୋୱେଭରେ ରଖି ଦିଅନ୍ତୁ । ଏହାଦ୍ୱାରା ମହୁ ଡି-କ୍ରିଷ୍ଟଲାଇଜ ହୋଇ ବ୍ୟବହାର ଉପଯୋଗୀ ହୋଇଯିବ ।
– ମାଇକ୍ରୋୱେଭକୁ ଆପଣ କଟିଙ୍ଗ ବୋର୍ଡ ଏବଂ ସ୍ପଞ୍ଜ ଭଳି ଜିନିଷକୁ ଡିସଇଂଫେକ୍ଟ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ସେଥିପାଇଁ ସ୍ପଞ୍ଜ ଏବଂ କଟିଙ୍ଗ ବୋର୍ଡରେ ଲେମ୍ବୁ ରସ ଲଗେଇ ଗୋଟେ ମିନିଟ ପାଇଁ ମାଇକ୍ରୋୱେଭରେ ରଖି ଦିଅନ୍ତୁ ।
– ଅନେକ ଥର ବ୍ରେଡକୁ ଫ୍ରିଜରେ ରଖିବା ଦ୍ୱରୋ ତାହା ଟାଣ ହୋଇଯାଏ । ସେଥିପାଇଁ ବ୍ରେଡକୁ ନରମ କରିବା ପାଇଁ ଆପଣ ମାଇକ୍ରୋୱେଭ ବ୍ୟବହାର କରି ପାରିବେ ।