ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତ୍ୟେକ ପତୀ-ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳେ । ଝଗଡା ଟି ଛୋଟରୁ ଆରମ୍ଭ ହୋଇ ତାହା ବଡ ରୂପ ଧାରଣ କରିଥାଏ । ଏହି ଝଗଡାର କାରଣ ଆପଣଙ୍କ ବାସ୍ତୁ ଦୋଷ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହାର କାରଣ..
୧-ଅନେକ ଲୋକ ଖାଇବା ପରେ ଅଂଇଠା ବାସନ ଶୋଇବା ଘରେ ଛାଡି ଦିଅନ୍ତି । ଏଭଳି କରିବା ଦ୍ୱାରା ଆପଣଙ୍କ ସଂପର୍କରେ ଖରାପ ପ୍ରଭାବ ପଡିଥାଏ ।
୨-ଶୋଇବା ଘରେ କଦାପି ଝାଡୁ କିମ୍ବା ଜୋତା ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ।
୩- ଘରେ ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଏହାଦ୍ୱାରା ପତୀ ଏବଂ ପତ୍ନୀଙ୍କ ମଧ୍ୟରେ ଖରାପ ପ୍ରଭାବ ପଡିପାରେ ।
୪-ଶୋଇବା ଘରର ଖଟ ସାମ୍ନାରେ ଆଇନା ରଖନ୍ତୁ ନାହିଁ । ଏହା ସଂପର୍କରେ ଦୂରତା ବଢାଇଥାଏ ।
୫-ଆପଣଙ୍କ ଘରେ ବନ୍ଦ ଘଂଟା ରଖିଛନ୍ତି କି । ତୁରନ୍ତ ଫିଙ୍ଗନ୍ତୁ ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ ।