ମୁମ୍ବାଇ(ଏଟିଆର ବ୍ୟୁରୋ): ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି । ଏହି ମ୍ୟୁଜିୟମର ଅଧିକାରୀ ତାଙ୍କ ଟ୍ୱିଟର ପେଜରେ କ୍ୟାଟ୍ରିନାଙ୍କ ମୂର୍ତ୍ତି ସେୟାର କରିଛନ୍ତି । ଯେଉଁଥିରେ ସେ ନୃତ୍ୟ ଭଙ୍ଗିରେ ନଜର ଆସୁଛନ୍ତି ।ଏହି ମ୍ୟୁଜିୟମରେ ବଲିଉଡର ବର୍ଷିଆନ ଅଭିନେତା ଅମିତାଭ ବଚ୍ଚନଙ୍କ ମୂର୍ତ୍ତି ମଧ୍ୟ ସ୍ଥାନ ପାଇ ସାରିଛି ।
କ୍ୟାଟ୍ରିନାଙ୍କ ଏହି ମୂର୍ତ୍ତିରେ ସୁନେଲି,ଧଳା ଏବଂ ରୁପେଲି ରଙ୍ଗର ଏକ ଲେହଙ୍ଗା ପିନ୍ଧା ଯାଇଛି । ଯାହାକୁ ତିଆରି କରିବା ପାଇଁ ୨୦ ଜଣ କାରିଗରଙ୍କୁ ଚାରି ମାସରୁ ଅଧିକ ସମୟ ଲାଗିଥିଲା । ଏହି ମୂର୍ତ୍ତିଟିର ମୂଲ୍ୟ ହାରାହାରି ୧୫୦୦୦୦ ଡଲାର ମାନେ ଭାରତୀୟ ମୁଦ୍ରା ଅନୁଯାୟୀ ୯୬ ଲକ୍ଷ ଟଙ୍କା ।
ମ୍ୟାଡମ ତୁସାଦ ମ୍ୟୁଜିୟମରେ ଆଗରୁ ହଲିଉଡ ଏବଂ ବଲିଉଡର ଜେନିଫର ଏନିଷ୍ଟନ,ଟେଲର ସ୍ୱିଫ୍ଟ,ଆଞ୍ଜେଲିନା ଜୋଲି,ଅମିତାଭ ବଚ୍ଚନ, ସଲମାନ ଖାନ୍, ସାହାରୁଖ ଖାନ୍,ଐଶ୍ଚର୍ଯ୍ୟା ରାୟ ବଚ୍ଚନ, କରିନା କାପୁର ଖାନ୍ ଆଦିଙ୍କର ମୁର୍ତ୍ତି ସ୍ଥାନ ପାଇ ସାରିଛି ।
ସୁଚନାନୁଯାୟୀ,କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହା ସହିତ ତାଙ୍କୁ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ଥାନ’ରେ ଦେଖିବାକୁ ମିଳିବ ।