ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳରେ ନୂତନ ଟେକ୍ନୋଲୋଜିର ସ୍ମାର୍ଟଫୋନ ଗୁଡିକ ବଜାରରେ ଲଞ୍ଚ ହେଉଛି । ଯାହାକୁ କିଣିବା ପୂର୍ବରୁ ଗ୍ରାହକ ତାର ପ୍ରୋସେସର ଠାରୁ ନେଇ ବ୍ୟାଟେରୀ ପର୍ଯ୍ୟନ୍ତ କିଭଳି ଚାଲୁଛି ସବୁକିଛି ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଫୋନ ପାଇଁ ଗ୍ରାହକଙ୍କୁ ସମସ୍ୟାର ସମ୍ନା କରିବାକୁ ପଡୁଛି । ଅଧିକାଂଶ ଦେଖିବାକୁ ମିଳିଛି କି ନୂତନ ସ୍ମାର୍ଟଫୋନରେ ଦେଖାଯାଉଥିବା ସମସ୍ୟାର ମୁଖ୍ୟ କାରଣ ହେଉଛି ଫୋନ ସ୍ଲୋ ହେବା । ଯାହାଫଳରେ ଗ୍ରାହକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । କିନ୍ତୁ କିଛି ସାମାନ୍ୟ କଥା ଉପରେ ଧ୍ୟାନ ଦେବା ଦ୍ୱାରା ଫୋନ ସ୍ପିଡ ବଢିପାରେ । ଏନେଇ ହୁଏ ଖୁବ୍ କମ ଲୋକ ଜାଣିଥିବେ । ଆସନ୍ତୁ ନଜର ପାଇବା କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ ।
ଆପଣ ଯେକୌଣସି ପ୍ରକାରର ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ପଛେ କିନ୍ତୁ ପ୍ରତି ୬ ରୁ ୭ ମାସରେ ଗୋଟେ ଥର ରିସେଟ କରିବା ଉଚିତ୍ । ଫୋନକୁ ରିସେଟ କରିବା ସହିତ ଆପ୍ସର କ୍ୟାଶୋକୁ କ୍ଲିୟର କରିବା ଉଚିତ୍ । ଏହାଦ୍ୱାରା ସ୍ମାର୍ଟଫୋନ କାମ କରିବାର ସ୍ପିଡ ବଢିଯାଇଥାଏ ।
ଅନେକ ଥର ସ୍ମାର୍ଟଫୋନକୁ ଅପଡେଟ ନକରିବା ହେତୁ ତାହା ସ୍ଲୋ ହୋଇଯାଇଥାଏ । ଏଭଳି ସ୍ଥିତିରେ ସ୍ମାର୍ଟଫୋନକୁ ଅପଡେଟ କରିବା ଦ୍ୱାର ନୂଆ ଫଚର୍ସ ଆସିଥାଏ । ଯାହା ଆପଣଙ୍କ ସ୍ମାର୍ଟଫୋନର ପରଫର୍ମାନ୍ସକୁ ଅଧିକ ସ୍ପିଡ କରିଦେଇଥାଏ ।
ଯଦି ନୂଆ ସ୍ମାର୍ଟଫୋନ ସ୍ଲୋ ହେଉଥାଏ ତେବେ ତାକୁ ରିଷ୍ଟାର୍ଟ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଆଣ୍ଡ୍ରୋଏଡ ସିଷ୍ଟମର ଟେମ୍ପରାରୀ ଫାଇଲ ଗୁଡିକ ଡିଲିଟ ହୋଇଯାଇଥାଏ । ସେହିପରି ସ୍ମାର୍ଟଫୋନର ମେମୋରୀ ବି କ୍ଲିନ ହୋଈଯାଇଥାଏ । ଯାହାଦ୍ୱାରା ଫୋନକୁ ଦ୍ରୁତ ବେଗରେ ପ୍ରୋସେସ କରିବାରେ ସହାୟକ ହୋଇଥାଏ ।
ପ୍ରାୟତଃ ଅନେକ ସମୟରେ ଗ୍ରାହକ ତାଙ୍କର ସମସ୍ତ ଡାଟା ସ୍ମାର୍ଟଫୋନର ଇଂଟରନାଲ ଷ୍ଟୋରେଜରେ ସେଭ କରିଦେଇଥାନ୍ତି । ସେହିଅନୁଯାୟୀ ଇଂଟରନାଲ ଷ୍ଟୋରେଜ ଫୁଲ ହୋଇଯିବା ଦ୍ୱାରା ଫୋନ ସ୍ଲୋ ହୋଇଯାଇଥାଏ । ଏଭଳି ସ୍ଥିତିରେ ଇଂଟରନାଲ ଷ୍ଟୋରେଜ ଖାଲି କରିବା ଉଚିତ୍ । ଏହାପରେ ଠିକ୍ ସେ ଫୋନ ଚାଲିବ ।
ଅନେକ ସମୟରେ ଗ୍ରାହକ ମହଙ୍ଗା ଫୋନରେ ଶସ୍ତା ଏସଡି କାର୍ଡ ପକାଇଥାନ୍ତି । ଯାହାଦ୍ୱାରା ଫୋନର ସ୍ପିଡ ଉପରେ ପ୍ରଭାବ ପଡିଥାଏ ।