ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ମୁଗ ସମସ୍ତଙ୍କ ଘରେ ଘରେ ପରିଚିତ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ୱ ଥିବାରୁ ଏହା ଶରୀର ପାଇଁ ମଧ୍ୟ ଅନେକ ଲାଭ ଦାୟୀ ହୋଇଥାଏ । ଗୋଟା ମୁଗ ଓଜନ କମ କରିବା ଠାରୁ ଆରମ୍ଭ କରି ରକ୍ତଚାପ ନିୟନ୍ତ୍ରଣ କରିବା ଭଳି ବଡବଡ ରୋଗ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗୋଟା ମୁଗରେ ଆପଣ ଡାଲି କିମ୍ବା ତରକାରି କରିଖାଇପାରିବେ । ଅନେକ ଲୋକ ଏହି ଗୋଟାମୁଗକୁ ଫୁଟାଇବା ପରେ କରେଇରେ ପିଆଜ ଓ ଲଙ୍କା ଫୁଟାଇ ଏହାକୁ ଜଳଖିଆ ଆକାରରେ ଗ୍ରହଣ କରିଥାନ୍ତି ।
ଗୋଟା ମୁଗରେ ଆଣ୍ଟିଅକ୍ସିଡେଣ୍ଟର ପରିମାଣ ଭରପୂର ମାତ୍ରାରେ ରହିଥାଏ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାସହ ଗୋଟା ମୁଗରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିକାଇକ୍ରୋବାୟଲ ଗୁଣ ରହିଥାଏ । ମଧୁମେୟ ରୋଗରେ ପିଡିତ ଥବା ରୋଗୀଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହୋଇଥାଏ ।
ଅନେକ ପରୀକ୍ଷାରୁ ଜଣାପଡିଛି କି, ମୁଗ ହାଇପୋଟେସ୍ନ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଉଚ୍ଚରକ୍ତଚାପକୁ ହିଁ ହାଇପୋଟେସ୍ନ କୁହାଯାଇଥାଏ ଏବଂ ଏହି ରୋଗ ଅତ୍ୟନ୍ତ ଭୟଙ୍କର ହୋଇଥାଏ । କିନ୍ତୁ ମୁଗ ଏହି ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ ଏହା ଉଚ୍ଚରକ୍ତ ରୋଗୀମାନଙ୍କ ପାଇଁ ଲାଭ ଦାୟକ ଅଟେ ।
ଗୋଟା ମୁଗରେ ଆଣ୍ଟିକ୍ୟାନସର ଓ ଆଣ୍ଟି ଟ୍ୟାମର ଗୁଣ ଭରପୂର ମାତ୍ରାରେ ରହିଥାଏ । ଏହାଛଡା ଯଦି ଆପଣ ଆପଣଙ୍କର ମୋଟାପାକୁ କମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । କାରଣ ଏହା ଆପଣଙ୍କ ଶରୀରରେ ମେଟାବୋଲିଜିମ ରେଟକୁ ବଢାଇ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।
ଗୋଟା ମୁଗ ଆପଣଙ୍କର ହାଟ୍ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ପୋଟେସିୟମ ଓ ଆଇରନ ଭଳି ତତ୍ୱ ରହିଥିବାରୁ ଏହା ହାଟ୍ ବିଟ୍ ନିୟନ୍ତ୍ରଣ କରିବା ସହ ହାଟ୍ ର ସନ୍ତୁଳନତା ରଖିବା ପାଇଁ ସାହାଯ୍ୟ କରିଥାଏ ।