ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇମ୍ୟୁନିଟଇ ଅର୍ଥାତ ଶରୀରର ରୋଗ ପ୍ରତିରୋଧକ କ୍ଷମତା । ଯାହା ଆପଣଙ୍କୁ ଟକ୍ସିନ୍ସ ଅର୍ଥାତ ବିଷାକ୍ତ ପଦାର୍ଥ ସହ ଲଢିବାର କ୍ଷମତା ପ୍ରଦାନ କରିଥାଏ । ଏହି ଟକ୍ସିନ୍ସ ଭାଇରସ, ବ୍ୟାକ୍ଟେରିଆ,ଫଙ୍ଗସ, ପାରାସାଇଟ ବା କୌଣସି ବି ଅନ୍ୟ ହାନିକାରକ ତତ୍ୱ ହୋଇପାରେ ।
ଏହି କ୍ରମରେ କହିବାକୁ ଗଲେ ଯଦି ଆପଣଙ୍କର ଇମ୍ୟୁନିଟି ମଜବୁତ ଅଛି ତେବେ ଏହା ଆପଣଙ୍କୁ ଥଣ୍ଡା , କାଶ ଭଳି ସାଧାରଣ ରୋଗରୁ ରକ୍ଷା କରିଥାଏ । ଏହାସହିତ ଅନେକ ଅନ୍ୟ ରୋଗ ରହିଛି ଯେପରିକି ହେପାଟାଇଟିସ୍, ଲଙ୍ଗ ଇଂଫେକ୍ସନ, କିଡନି ଇଂଫେକ୍ସନ ଆଦି ସହ ଲଢିବାରେ ସହାୟକ ହୋଇଥାଏ ।
ଆପଣଙ୍କ ଆଖପାଖରେ ଅନେକ ଜୀବାଣୁ ଥାନ୍ତି କିନ୍ତୁ ଆପଣ ଜାଣି ପାରନ୍ତି ନାହିଁ । ଯାହା ପରବର୍ତ୍ତି ସମୟରେ ରୋଗର କାରଣ ହୋଇଥାଏ । କିନ୍ତୁ ସେହି ହାନିକାରକ ତତ୍ୱ ଶରୀରରେ ପହଁଚିବା ପରେ ସମସ୍ତ ରୋଗରେ ପୀଡିତ ହେବେ ବୋଲି ତାହା ମାନେ ନାହିଁ । ବରଂ ଯେଉଁମାନଙ୍କର ଇମ୍ୟୁନିଟି ସିଷ୍ଟମ ମଜବୁତ ଥାଏ ତାହା ବାହାର ସଂକ୍ରମଣ ସହ କଡାକଡି ଭାବେ ମୁକାବିଲା କରିଥାଏ ।
ପ୍ରକୃତରେ ଆପଣଙ୍କର ରୋଗପ୍ରତିରୋଧକ କ୍ଷମତା ବା ଇମ୍ୟୁନିଟି ଶକ୍ତି କିଭଳି ରହିଛି ତାହା ରକ୍ତ ପରୀକ୍ଷା ଦ୍ୱାରା ଆପଣ ଜାଣିପାରିବେ କିନ୍ତୁ ଏହାପରେ ବି ଆପଣଙ୍କ ଶରୀର ଆପଣଙ୍କୁ ଅନେକ ପ୍ରକାରର ସଂକେତ ଦେଇଥାଏ । ଯେଉଁଥିରୁ ଆପଣ ଆପଣଙ୍କ ଇମ୍ୟୁନିଟି ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ..
ଯଦି ଆପଣ ଅନ୍ୟମାନଙ୍କ ତୁଳନାରେ ବାରମ୍ବାର ରୋଗରେ ପଡୁଥିବେ । ବହୁତ ଶୀଘ୍ର ଜ୍ୱର, ଥଣ୍ଡା, କାଶର ଶିକାର ହେଉଥିବେ କିମ୍ବା ଚର୍ମ ସମସ୍ୟା ରହୁଥିବ ତେବେ ଏହା ଆପଣଙ୍କ କମଜୋର ରୋଗେ ପ୍ରତିରୋଧୀ କ୍ଷମତା ଯୋଗୁଁ ହୋଇପାରେ । ସାମାନ୍ୟ ଅସନ୍ତୋଷଜନକ ଇମ୍ୟୁନିଟିର ଲକ୍ଷଣ ଯେପରିକି ଡାଏରିଆ, ଦାନ୍ତମୂଳ ଫୁଲା, ପାଟିରୁ ଛାଲ ବାହାରିବା ଆଦି ।
ଋତୁ ବଦଳିବା ସହ ବେଳେବେଳେ ଅନେକ ଲୋକ ରୋଗରେ ପଡିଯାଇଥାନ୍ତି । ଏହା ସେତେବେଳେ ହୋଇଥାଏ । ଯେତେବେଳେ ଶରୀରର ତାପମାତ୍ରା ସାମାନ୍ୟ ତାପମାତ୍ରାରୁ କମି ଯାଇଥାଏ । କୁହାଯାଏ କି ମଜବୁତ ଇମ୍ୟୁନ ସିଷ୍ଟମ ପାଇଁ ସାଧାରଣ ତାପାମାତ୍ରା ୩୬.୩ ଡିଗ୍ରୀରୁ ତଳକୁ ହେବା ଉଚିତ୍ ନୁହେଁ । କାରଣ ଥଣ୍ଡାରେ ସଂକ୍ରମଣ ବ୍ୟାପୁଥିବା ଭାଇରସ ୩୩ ଡିଗ୍ରୀରେ ସର୍ଭାଇବ କରନ୍ତି । ସେଥିପାଇଁ ଶରୀରର ତାପମାତ୍ରା କମ ହେବା ଉଚିତ୍ ନୁହେଁ । ଯଦି ଆପଣ ନିୟମିତ ବ୍ୟାୟାମ କରିବେ ତେବେ ଶରୀରର ତାପମାତ୍ରା ମେଣ୍ଟେନ କରିପାରିବେ । ଏହାସହିତ ଇମ୍ୟୁନିଟି ମଧ୍ୟ ବଢାଇପାରିବେ ।