ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅନେକ ସମୟରେ ଶୁଣିବାକୁ ମିଳିଥାଏ ଯେ ଠିକ୍ ସମୟରେ ବିବାହା କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏବଂ ଅଧିକ ସମୟରେ ବିବାହ କଲେ ଅନେକ କ୍ଷତି ହୁଏ । ଯେପରିକି ମହିଳାମାନଙ୍କର ପିଲା ଛୁଆ ହେବାରେ ଅନେକ ଅସୁବିଧା ଦେଖା ଦେଇଥାଏ । ସେଥିପାଇଁ ବୟସ ବଢିବା ସଙ୍ଗେ ସଙ୍ଗେ ଜୀବନସାଥୀଟିଏ ମିଳିବା କଷ୍ଟକର ହୋଇପଡେ । ମାତ୍ର ଡେରିରେ ବିବାହ କଲେ ଅନେକ ଫାଇଦା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସବୁ ଫାଇଦା ।
– ଯୁବାବସ୍ଥାରେ ବିବାହ କରିବା ଦ୍ୱାରା କ୍ୟାରିୟର ର କୌଣସି ଅତାପତା ନଥାଏ । ଅଧିକ ବୟସରେ ବିବାହ କଲେ କ୍ୟାରିୟର ସଠିକ୍ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ । ସେହି ବ୍ୟକ୍ତି ଆଗକୁ କେବେ ହାରନ୍ତି ନାହିଁ ।
– ଏହି ବ୍ୟକ୍ତି ନିଜର ବୟସ ସହିତ ଉପଯୁକ୍ତ ଦାୟିତ୍ୱ ବହନ କରିଥାନ୍ତି । ସେଥିପାଇଁ ଏମାନଙ୍କୁ କେବେ ଅସୁବିଧାର ସାମ୍ନା କରିବାକୁ ପଡିନଥାଏ ।
– ଏହି ବ୍ୟକ୍ତିଙ୍କର ଭାବନାରେ ପରିବର୍ତ୍ତନ ଆସିଥାଏ । ଏମାନେ ପ୍ରତ୍ୟେକ କଥାକୁ ଗମ୍ଭୀରତା ସହ ନେଇଥାନ୍ତି । ଏବଂ ଏମାନେ ଖୁବ୍ ବୁଝିଲା ସୁଝିଲା ହୋଇଥାନ୍ତି ।