ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଋତୁସ୍ରାବ ବା ପିରିଅଡସ୍ ମହିଳା ମାନଙ୍କର ସବୁମାସରେ ହେଉଥିବା ଏକ ସାଧାରଣ ପ୍ରକ୍ରିୟା । ଏହି ସାଧାରଣ ପ୍ରକ୍ରିୟା ଟି ବେଳେବେଳେ ଅସାଧାରଣ ମଧ୍ୟ ହୋଇଯାଏ । ଯେମିତି କି ସମୟ ପୁର୍ବରୁ ବା ପରେ ପିରିଅଡସ୍ ହେବା, ପିରିଅଡସ୍ ସମୟରେ ଅତ୍ୟଧିକ ରକ୍ତସ୍ରାବ ଏବଂ ବେଳେବେଳେ ଅତ୍ୟଧିକ କଷ୍ଟ ମଧ୍ୟ ହୋଇଥାଏ ।
ବର୍ତ୍ତମାନ ସମୟରେ ହେଭି ପରିଅଡସ୍ ବା ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ମହିଳା ମାନଙ୍କର ଏକ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ତେବେ ଏହି ସମସ୍ୟାର ଅନେକ ଗୁଡିଏ କାରଣ ହୋଇପାରେ ସେଥିମଧ୍ୟରୁ ମୁଖ୍ୟ କାରଣ ହେଲା ଋତୁସ୍ରାବ ସମୟରେ କପଡାର ବ୍ୟବହାର କରିବା ।
କପଡାର ବ୍ୟବହାର କରିବା ଦ୍ୱାରା ଇନଫେକସନ୍ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପିରିଅଡସ୍ ସମୟରେ ଭଲ ଗୁଣବତ୍ତାର ସାନିଟାରୀ ନ୍ୟାପକିନ୍ ବ୍ୟବହାର କରନ୍ତୁ ।
ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଶରୀରରେ ତରଳ ପଦାର୍ଥର ପରିମାଣ କମ ହେବାକୁ ଦିଅନ୍ତୁ ନାହିଁ । ପ୍ରଚୁର ପରିମାଣର ପାଣି ପିଅନ୍ତୁ ଏବଂ ପିରିଅଡସ୍ ସମୟରେ ଅତ୍ୟଧିକ ତେଲ ମସଲା ଖାଇବା ଠାରୁ ଦୁରେଇ ରୁହନ୍ତୁ ।
ହେଭି ପିରିଅଡସ୍ ର ଆଉ ଏକ ପ୍ରମୁଖ କାରଣ ହେଉଛି ରାତି ଅନିଦ୍ରା ବା ନିଦର ଅଭାବ । ଆଜିକାଲିର ମହିଳା ମାନେ ନିଜ ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ଥ ରହୁଛନ୍ତି ଯେ ଆବଶ୍ୟକ ନିଦ୍ରା ମଧ୍ୟ ନେଉନାହାନ୍ତି । ଋତୁସ୍ରାବ ସମୟରେ ଅତିକମ୍ରେ ୮-୧୦ ଘଣ୍ଟାର ନିଦ ଆମ ଶରୀରକୁ ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ରକ୍ତସ୍ରାବ କମ୍ ହୋଇଥାଏ ।
ପିରିଅଡସ୍ ସମୟରେ ଆଇରନ୍, ଓମେଗା-୩ ଓ ମ୍ୟାଗନେସିୟମ୍ ଯୁକ୍ତ ଖାଦ୍ୟ ଅଧିକ ପରିମାଣର ଖାଇବା ଉଚିତ୍ । ଯାହାଫଳରେ ଶରୀରରୁ ରକ୍ତସ୍ରାବ କମ୍ ହେଇଥାଏ ।