ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଝିଅମାନଙ୍କୁ ନେଇ ସମାଜରେ ଅନେକ ପ୍ରକାରର ନିତି ନିୟମ ସବୁ ରହିଛି । ତେବେ ସମାଜର ଚାଲି ଚଳଣି ଅନୁସାରେ ଝିଅମାନେ ଖାପ ଖୁଆଇ ଚଳିବାକୁ ବାଧ୍ୟ ହୋଇ ହୋଇଥାନ୍ତି ।
ଝିଅ ମାନଙ୍କର ପିନ୍ଧିବା ଠାରୁ ଆରମ୍ଭ କରି ସେମାନଙ୍କ ବସିବା ଉଠିବା ପର୍ଯ୍ୟନ୍ତ ସବୁଥିରେ ବାରଣ କରାଯାଏ । କିନ୍ତୁ ଗୋଟିଏ ଆମେରିକିୟ ରିସର୍ଚ ରୁ ଏହା ଜଣା ପଡିଛି କି ଝିଅମାନେ ପୁଅମାନଙ୍କ ପରି ବସିବା ବା ଗୋଡ ଖୋଲାକରି ବସିବା ଦ୍ୱାରା ଝିଅମାନଙ୍କର ମାଂସପେଶି ସୁସ୍ଥ ରହିଥାଏ ।
ଏହି ରିସର୍ଚର ନାମ ‘ସିଟ ଲାଇକ୍ ମେନ’ ବା ‘ଏସ.ଏଲ.ଏମ’ ରଖାଯାଇଛି । ଏହି ରିସର୍ଚ ଦ୍ୱାରା ମୁଖ୍ୟତ ଏହା ଜଣା ପଡିଛି ଯେ ପୁଅମାନଙ୍କ ପରି ବସିବା ଦ୍ୱାରା ମହିଳା ବା ଝିଅମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ବହୁ ମାତ୍ରାରେ ଦୁର ହୋଇଥାଏ ।
ବର୍ତ୍ତମାନ ସମୟରେ ପ୍ରାୟ ସବୁ ମହିଳା ମାନଙ୍କର ଗୋଟିଏ ନିଦ୍ଧିଷ୍ଟ ବୟସ ପରେ ହାଡ ଜନିତ ରୋଗ ବା ମାଂସପେଶି ର ସମସ୍ୟା ଦେଖାଦେଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ଚିନ୍ତିତ ।
ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କର ଶରୀର ଗଠନ ଶ÷ଳି ଭିନ୍ନ ହୋଇଥାଏ । ସେଥିପାଇଁ ଠାରୁ ମହିଳା ମାନେ ନିଜ ଶରୀର ପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ ।