ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ପ୍ରତି ଦିନର ମହତ୍ୱ ରହିଛି । ସପ୍ତାହକ ସାତ ଦିନ ଭିନ୍ନ ଭିନ୍ନ ଭାବନା ସହିତ ଜଡିତ ଥାଏ । ଯେପରିକି ସୋମବାର ଦିନ ଭଗବାନ ଶିବଙ୍କର ପୂଜା, ମଙ୍ଗଳବାର ଦିନ ହନୁମାନ ପୂଜା, ଏବଂ ଠିକ୍ ସେହିଭଳି ଗୁରୁବାର ଦିନ ଭଗବାନ ବିଷ୍ଣଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ସମସ୍ତେ ଜାଣନ୍ତି ଏହିଦିନ ହଳଦିଆ ବସ୍ତ୍ର ଧାରଣ କରାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଦ୍ୱରା କେଉଁ ପ୍ରକାରର ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା….
ଗୁରୁବାରକୁ ସୁନା ଏବଂ ତମ୍ବା ଧାତୁ ସହିତ ଜଡିତ କରାଯାଇଛି । ଏବଂ ସେହିଦିନ ଭଗବାନ ବିଷ୍ଣ ମଧ୍ୟ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି । ସେଥିପାଇଁ ଯଦି ଆପଣ ଏହିଦିନ ହଳଦିଆ ବସ୍ତ୍ର କିମ୍ବା ଧାତୁ ଧାରଣ କରନ୍ତି ତାହାଲେ ଆପଣଙ୍କ ଉପରେ ଭଗବାନ ବିଷ୍ଣଙ୍କର କୃପା ଲାଭ ହେବ ।
ଗୁରୁବାର ଦିନ ଉତ୍ତର ଭାରତରେ ବିଷ୍ଣ ଭଗବାନଙ୍କର ପୂଜା କରାଯାଇଥାଏ । ସେହିଭଳି ମହାରାଷ୍ଟ୍ରରେ ସାଇବାବାଙ୍କୁ ଆରାଧନା କରାଯାଏ । ମାନ୍ୟତା ଅଛି ଯେ ଏହି ଦୁଇ ଭଗବାନଙ୍କୁ ହଳଦିଆ ରଙ୍ଗ ଖୁବ୍ ପସନ୍ଦ । ସେଥିପାଇଁ ଯେଉଁ ବ୍ୟକ୍ତି ଗୁାରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧି ପୂଜାର୍ଚନା କରିନ୍ତିି ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।
ଯଦି କୌଣସି ବ୍ୟକ୍ତଙ୍କର ବିବାହ ପାଇଁ ବିଳମ୍ବ ହେଉଛି ତେବେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଆରମ୍ଭ କରିଦିଅନ୍ତୁ । ପରିସ୍ଥିତି ଅନୁକୂଳ ହୋଇଯିବ ।