ପ୍ରେମ ଅନ୍ଧ । କେତେବେଳେ କାହା ସହିତ ପ୍ରେମ ହୋଇଯାଏ ତାହା ଜଣା ପଡେ ନାହିଁ । ଆପଣ କାହା ସହିତ ସଂପର୍କରେ ଅଛନ୍ତି କି? ନିକଟରେ ଅଷ୍ଟ୍ରେଲିଆରେ ଥିବା ୟୁନିଭରସିଟି ଅଫ କଇନ୍ସଲାଣ୍ଡରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ,ସଂପର୍କରେ ରହିବା ଦ୍ୱାରା ମହିଳା ଏବଂ ପୁରୁଷଙ୍କର ଓଜନ ବୃଦ୍ଧି ହୋଇଥାଏ ।
୧୫ ହଜାର ପ୍ରେମୀଯୁଗଳଙ୍କୁ ନେଇ ଗବେଷଣାଟି କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି କି ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ଅପେକ୍ଷା ପ୍ରେମୀଯୁଗଳଙ୍କ ଓଜନ ବୃଦ୍ଧି ହୋଇଥାଏ । କାରଣ ଯେତେବେଳ କୌଣସି ପ୍ରେମୀଯୁଗଳ ବାହାରକୁ ବୁଲିବା ପାଇଁ ହେଉ କିମ୍ବା ଡେଟ ପାଇଁ ଯାଇଥାନ୍ତି ସେତେବେଳେ ହୋଟେଲ କିମ୍ବା ରେସ୍ତରାଂଟରେ ଖାଇଥାନ୍ତି । ଜଙ୍କଫୁଡ୍ ଖାଇବା ଦ୍ୱାରା ସେମାନଙ୍କର ଧିରେ ଧିରେ ଓଜନ ବୃଦ୍ଧି ହୋଇଥାଏ ।
ଯେଉଁ ସମୟରେ ସୁସ୍ଥ ଖାଦ୍ୟ ଖାଇବା କଥା ସେହି ମସୟରେ ଜଙ୍କ ଫୁଡ ଖାଇଲେ ଓଜନରେ ବୃଦ୍ଧି ଦେଖା ଦେଇଥାଏ । ଏହାବ୍ୟତୀତ ଯେଉଁ ପ୍ରେମୀଯୁଗଳ ୨ ବର୍ଷରୁ ଅଧିକ ଦିନ ହେଲା ସଂପର୍କରେ ରହିବା ସହ ଖୁସି ଅଛନ୍ତି । ସେମାନେ ଖୁବ୍ ସହଜରେ ମାନସିକ ଚାପକୁ ନିୟନ୍ତ୍ରଣ ରଖିଥାନ୍ତି । ଏହାର କାରଣ ବି ଓଜନ ବୃଦ୍ଧି ହୋଇପାରେ ।