ସମ୍ବଲପୁର,(ଏଟିଆର ବ୍ୟୁରୋ): ପୂରା ପଶ୍ଚିମ ଓଡିଶା ଏବେ ଉତ୍ସବମୁଖର । କାରଣ ରାତି ପାହିଲେ ହେବ ଶିବ-ପାର୍ବତୀଙ୍କ ବିବାହ । ଚାରିଆଡେ ଶିତଳଷଷ୍ଠୀର ମାହୋଲ । ତେବେ ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆସ୍ତେ ଆସ୍ତେ ଜମିବାକୁ ଲାଗିଲାଣି । ଢ଼ୋଲ, ଘଣ୍ଟ ଏବଂ ଶଙ୍ଖରେ ପୂରା ଏରିଆ ଏବେ କମ୍ପୁଛି । ସମ୍ବଲପୁରର ଝାଡୁଆପଡ଼ାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପତରପେଣ୍ଡି ଉତ୍ସବ ।
ସେହିପରି ଶିତଳଷଷ୍ଠୀ ମାହୋଲ ଏବେ ବରପାଲିରେ ଜୋରଦାର ରହିଛି । ସମସ୍ତ ଲୋକ ଉତ୍ସାହିତ ଅଛନ୍ତି । ସେପଟେ ସୁବର୍ଣ୍ଣପୂର ଜିଲ୍ଲାରେ ୧୦୮ ଭରି ସୁନାରେ ତିଆରି ହୋଇଥିବା ନାଗ ଓ ରୂପାରେ ତିଆରି ବିମାନକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ତେବେ ମହାପ୍ରଭୁଙ୍କ ବିବାହ ପରେ ୧୯ ତାରିଖରେ ଯୁଗଳବନ୍ଦୀ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମାନ ଅନୁଷ୍ଠିତ ହେବ ।