ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଠାରୁ ଆରମ୍ଭ କରି ଜୀବ ଯନ୍ତୁ ପର୍ଯ୍ୟନ୍ତ ସମସ୍ତଙ୍କ ଶରୀରରେ ପାଣି ନିତ୍ୟାନ୍ତ ଆବଶ୍ୟକ । କାରଣ ବିନା ପାଣିରେ ସମାଜରେ କେହି ବି ଜୀବିତ ରହିବେ ନାହିଁ । ସେହିଭଳି ପାଣି ମଣିଷ ଶରୀର ଭିତରେ ବିଷାକ୍ତ ପଦାର୍ଥକୁ ନାଶ କରିଥାଏ । କିନ୍ତୁ ଶରୀରରେ ପାଣିର ମାତ୍ରା କମି ଗଲେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।
ଯଦି ଆପଣଙ୍କ ଶରୀରରେ କୌଣସି ରୋଗ ନଥାଏ ହଠାତ୍ ମୁଣ୍ଡ ବ୍ୟଥା ହୋଇଥାଏ, ତେବେ ଏହାର କାରଣ ହେଉଛି ଶରୀରରୁ ପାଣିର ମାତ୍ରା କମ ହେବା । କାରଣ ସେତେବେଳେ ଶରୀରରୁ ଅମ୍ଳଜାନ ଏବଂ ରକ୍ତ ପ୍ରବାହ ହୋଇଯାଏ । ଯେଉଁଥି ପାଇଁ ହଠାତ୍ ମୁଣ୍ଡ ବୁଲାଇଥାଏ ।
ଶରୀରରେ ପାଣିର ମାତ୍ରା କମ ହେବା ଆପଣଙ୍କ ସ୍ମୃତି ଶକ୍ତିରେ ପ୍ରଭାବ ପକାଇ ଥାଏ । ଏହା ସହିତ ବୁଝିବା ସୁଝିବା ଶକ୍ତି କମ ହୋଇଯାଏ ।
ଯଦି ଆପଣ ବିନା କାରଣରେ ଥକି ଯାଉଛନ୍ତି, ତାହାର ଅର୍ଥ ହେଉଛି ଆପଣଙ୍କ ଶରୀରରେ ପାଣିର ମାତ୍ରା କମ ।