ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଅଳ୍ପ କେଇଦିନ ପରେ ଆସୁଛି ମାର୍ଗସିର ମାସ । ଏଣୁ ମାଙ୍କୁ ପୂଜା ଆରାଧନା କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି । ତେବେ ମା ଯାହା ଉପରେ ଦୟା କରନ୍ତି ସେ ଫକୀରରୁ କୁବେର ପାଲଟି ଯାଏ । କିନ୍ତୁ ଯାହା ଉପରେ ମା ଙ୍କର କୋପ ଦୃଷ୍ଟି ପଡେ ସେ ରାଜାରୁ ଭିକାରୀ ହୋଇଯାଇଥାଏ । ବଳଭଦ୍ର ଏବଂ ମହାପ୍ରଭୂ ଜଗନ୍ନାଥଙ୍କ ଉପରେ ଲକ୍ଷ୍ମୀ କୋପ ଦୃଷ୍ଟି ପଡିଥିବାରୁ ବହୁ ବର୍ଷ କାଳ ଅନ୍ନ ମିଳିନଥିଲା । ଏଣୁ ଏଭଳି କିଛି ଭୁଲ କରନ୍ତୁ ନାହିଁ ଯେଉଁ କାରଣରୁ ମାଙ୍କ କୋପ ଦୃଷ୍ଟି ପଡିବ ।
କେଉଁମାନଙ୍କ ଘରକୁ ମା ଲକ୍ଷ୍ମୀ ଆଦୈା ଯାଇନଥାନ୍ତି :
୧ : ଯେଉଁ ଲୋକର ଘର ମଇଳା ଏବଂ ଅପରିଷ୍କାର କରିଥାନ୍ତି ସେଭଳି ସ୍ଥାନରେ ମାଙ୍କ ଅବସ୍ଥାନ ହୋଇନଥାଏ ।
୨ : ଯେଉଁ ବ୍ୟକ୍ତିର ମନରେ କାମ ଏବଂ ମୋହର ଭାବନା ଅଧିକ ରଖି ଧର୍ମ ଭାବନାକୁ ଭୁଲି ଯାଇଥାଏ ସେଠାରେ ମା କେବେ ବି ବାସ କରନ୍ତି ନାହିଁ ।
୩ : ଯେଉଁ ବ୍ୟକ୍ତିର ମନରେ ଅହଙ୍କାର ଏବଂ ନିଜକୁ ସର୍ବଶ୍ରେଷ୍ଟ ମନେ କରିଥାଏ ସେଭଳି ଜାଗାକୁ ମାତା କେବେ ଆସନ୍ତି ନାହିଁ ।
୪ : ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ଏବଂ ନାରୀ ମାନଙ୍କୁ ଶେଷଣ କରାଯାଏ ସେଭଳି ସ୍ଥାନର ଆଖପାଖରେ ମା ଲକ୍ଷ୍ମୀ କଦାପି ମା ଅବସ୍ଥାନ କରନ୍ତି ନାହିଁ ।
୫ : ଯେଉଁ ମାନେ ଲୋଭ ରଖି ମାଙ୍କୁ ଡାକିଥାନ୍ତି ମା ସେଭଳି ଜାଗାରେ ବାସ କରନ୍ତି ନାହିଁ । କାରଣ କଥାରେ ଅଛି ଲୋଭସ୍ୟ ପାପ କାରଣମ୍ ଅର୍ଥାତ ଲୋଭ ହିଁ ପାପର କାରଣ ଏଣୁ ଲୋଭ ଯେଉଁଠି ଅଛି ପାପ ସେଇଠି ଅଛି । ପାପ ହେଉଥିବା ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୬ : ଯେଉଁ ସ୍ଥାନରେ ହିଂସା ଏବଂ ଅନୈତିକ କାର୍ଯ୍ୟ ଚାଲିଥାଏ ସେ ମଣିଷ ଉପରେ ହେଉବା ପଶୁ ଉପରେ ସେଠାରେ ଭୁଲସେ ବି ମା ଲକ୍ଷ୍ମୀଙ୍କର ଆଗମନ ହୋଇ ନଥାଏ ।
ପାଖେଇ ଆସୁଛି ମାର୍ଗଶିର