ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ମନୁଷ୍ୟର ଜୀବନରେ ଜ୍ୟୋତିଷଶାସ୍ତ୍ର ଏବଂ ଗ୍ରହର ବିଶେଷ ମହତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୌନ୍ଦର୍ଯ୍ୟ,ଏଶ୍ୱର୍ଯ୍ୟ, ବୈଭବ, କଳା, ସଙ୍ଗୀତର କାରକ ଗ୍ରହ ହେଉଛନ୍ତି ଶୁକ୍ର । ଏହାସହିତ ଶୁକ୍ର ଗ୍ରହ ପାଇଁ ମନୁଷ୍ୟଙ୍କୁ ତାଙ୍କ ଜୀବନରେ ସୌନ୍ଦର୍ଯ୍ୟ ଏବଂ ଭୌତିକ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
ଶୁକ୍ର ଗ୍ରହ ମଜବୁତ ହେବା ଦ୍ୱାରା କୌଣସି ପ୍ରକାରର ଅର୍ଥିକ ସମସ୍ୟା ଉପୁଜେ ନାହିଁ । କିନ୍ତୁ ଯଦି ଶୁକ୍ର ଗ୍ରହ କମଜୋର ଥାନ୍ତି ତେବେ ମନୁଷ୍ୟକୁ ପ୍ରତ୍ୟେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଶୁକ୍ର ଗ୍ରହ ମଜବୁତ କରିବାର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ,ଆସନ୍ତୁ ଜାଣିବା…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ବ୍ରତ କରିବା ଉଚିତ୍ । ଏହି ଦିନ ବ୍ରତ କରିବା ଦ୍ୱାରା ଆପଣଙ୍କ ଜାତକରେ ଶୁକ୍ର ମଜବୁତ ରହିବେ । ଯାହାଦ୍ୱାରା ଧୀରେ ଧୀରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।
ସେହିପରି ଧାର୍ମିକ ମାନ୍ୟତା ମୁତାବକ, ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମନବାଂଛିତ ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ଶୁକ୍ର ଗ୍ରହ ମଜବୁତ ପାଇଁ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବାର ବିଧି ରହିଛି ।
ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ଶୁକ୍ତ ପାଠ କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଅନ୍ୟପଟେ ଧାର୍ମିକ ମାନ୍ୟତା ଅନୁଯାୟୀ ଶୁକ୍ରବାର ଦିନ ଦାନ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ଖାସ୍ କରି ଶୁକ୍ର ଗ୍ରହ ମଜବୁତ ପାଇଁ ଶୁକ୍ରବାର ଦିନ ଦହି, ଖୀର, ରଙ୍ଗ ବେରଙ୍ଗର ବସ୍ତ୍ର, ଇତର ଆଦି ଦାନ କରିବା ଉଚିତ୍ ।