ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଥାରେ କୁହନ୍ତି ଯୋଡି ସବୁବେଳେ ଭଗବାନ ବନାଇଥାନ୍ତି । ଜୀବନରେ ସବୁବେଳେ ଜରୁରୀ ନୁହେଁ ଯେ କେବଳ ଜଣଙ୍କ ସହିତ ହିଁ ଆପଣଙ୍କୁ ଭଲପାଇବା ହେବ ଏବଂ କେବଳ ସେହି ଜଣଙ୍କ ସହିତ ହିଁ ପୁରା ଜୀବନଟି କାଟିବାକୁ ହେବ । ସ୍ୱୟଂ ଭଗବାନ ମଧ୍ୟ ଏହି ନିୟମ ବିପକ୍ଷରେ ।
କିନ୍ତୁ ଆମ ସମାଜରେ ଆମ ପରି ମଣିଷ ମାନଙ୍କ ଦ୍ୱାରା ହିଁ ତିଆରି ଏହି ନିୟମରେ ଅନେକ ଗୁଡିଏ ଜୀବନ ନଷ୍ଟ ହୋଇଯାଏ । ସବୁବେଳେ ସମସ୍ତେ ଏହି ଭୁଲ ଚିନ୍ତାଧାରାରେ ରହିଯାଆନ୍ତି କି କେବଳ ଜଣଙ୍କ ସହିତ ଜୀବନ କାଟିବାକୁ ବଞ୍ଚିବା କୁହାଯାଏ ।
ବର୍ତ୍ତମାନ ସମାଜରେ ଯୁବପୀଢି ଲଭ୍, ଧୋକା ଓ ବ୍ରେକଅପ ପରେ ହାରିଯାଆନ୍ତି ଆଉ ପୁଣିଥରେ କାହା ସହିତ ସମ୍ପର୍କ ରଖିବା ପାଇଁ ଡରନ୍ତି କିନ୍ତୁ ନିକଟରେ ବ୍ରିଟେନରେ ହୋଇଥିବା ଏକ ରିସର୍ଚ ଅନୁଯାଇ ଏକାଧିକ ଲୋକଙ୍କ ସହିତ ସମ୍ପର୍କ ରଖିବା ଦ୍ୱାରା ମଣିଷ ଧିରେ ଧିରେ ପୁର୍ବ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟେ ହୋଇଯାଏ ଏବଂ ପୁର୍ବ ଅପେକ୍ଷା ନୂଆ ସମ୍ପର୍କକୁ ଅଧିକ ମହତ୍ୱ ଦେଇଥାନ୍ତି ।
ତେଣୁ ବିଶେଷଜ୍ଞଙ୍କ ମତରେ ପ୍ରଥମ ପ୍ରେମକୁ କେବେହେଲେ ଗୁରୁତ୍ତର ସହିତ ନିଅନ୍ତୁ ନାହିଁ କାରଣ ମଣିଷ ପ୍ରଥମଥର ପ୍ରେମରେ ପଡିବା ସମୟରେ ମଣିଷ ସବୁବେଳେ ହାର୍ଟରୁ ସବୁ ନିଷ୍ପତି ନେଇଥାଏ ଏବଂ ହାର୍ଟରୁ ନିଆଯାଇଥିବା ନିଷ୍ପତି ପ୍ରାୟ ସମୟରେ ଉପଯୋଗୀ ହୋଇନଥାଏ, ଜୀବନରେ ଖୁସି ରହିବା ପାଇଁ ମଣିଷକୁ ନିଜ ବ୍ରେନ ୟୁଜ୍ କରି ମଧ୍ୟ ନିଷ୍ପତି ନେବାକୁ ହୁଏ ।
ଏଥିପାଇଁ ପ୍ରେମରେ କେବେହେଲେ ନିଜକୁ ହାରିବାକୁ ଦିଅନ୍ତୁ ନାହିଁ ସବୁବେଳେ ଆଗକୁ ବଢି ନୂଆ ସମ୍ପର୍କ ସ୍ଥାପନ କରନ୍ତୁ ଜୀବନ ସୁଖମୟ ହେବ ।