ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜମା ରେ ଖୁବ୍ ମାତ୍ରାରେ ପ୍ରୋଟିନ୍ ତଥା ପୋଷକ ତତ୍ୱ ଥାଏ । ଏହାକୁ ତରକାରୀ ବ୍ୟତୀତ ପରଠାରେ ମଧ୍ୟ ବ୍ୟବହାର କରି ପାରିବେ । ଶରୀରର ପାଚନ ଶକ୍ତିକୁ ସଠିକ୍ ରଖିବାରେ ରାଜମା ବହୁତ ଲାଭଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ପେଟ ସମସ୍ୟା ଦୂର ହୁଏ । ରାଜମାରେ ମଲିବଡେନମ ଥାଏ ଯାହା ଶରୀର ଭିତରେ ଥିବା ଆବର୍ଜନାକୁ ବାହାରକୁ ବାହାର କରିଥାଏ । ଏହାବ୍ୟତୀତ ଏହା ଅନେକ ପ୍ରକାରର ଆଲର୍ଜିକୁ ଦୂର କରିବା ସହ ମୁଣ୍ଡ ବ୍ୟଥା ଭଳି ସମସ୍ୟାକୁ କମ୍ କରିଥାଏ ।
ରାଜମା ମସ୍ତିସ୍କ ପାଇଁ ଖୁବ୍ ଲାଭକାରୀ । ଏଥିରେ ଭିଟାମିନ୍-କେ ଏବଂ ବି ଥାଏ ଯାହା ମସ୍ତିସ୍କ କଣିକା ପାଇଁ ଜରୁରୀ ଅଟେ । ଏହା ଶୀରାପ୍ରଶୀରାକୁ ସଠିକ୍ କାମ କରିବାରେ ମସ୍ତିସ୍କକୁ ସାହାଯ୍ୟ କରିଥାଏ । ଏହାସହିତ ଏଥିରେ ଫାଇବର ଥାଏ ଯାହା ଶରୀରରେ କାର୍ବୋହାଇଡ୍ରେଟର ମାତ୍ରାକୁ କମ କରିବାରେ ସାହାଯ୍ୟ କରେ । ଯାହା ଦ୍ୱାରା ସୁଗାର ମାତ୍ରା ନିୟନ୍ତ୍ରଣରେ ରୁହେ ।
ରାଜମା ରେ ବହୁତ ମାତ୍ରାରେ ଆୟରନ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଏ । ମଣିଷ ଶରୀରରେ ମୋଟାବଲିଜିମ୍ ତଥା ଶକ୍ତି ପାଇଁ ଆୟରନ ଜରୁରୀ । ଯାହା ରାଜମା ଖାଇବା ଦ୍ୱାରା ପୂରଣ ହୋଇଥାଏ ।