ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣଙ୍କ ବୈବାହିକ ଜୀବନରେ କୌଣସି ଅସୁବିଧା ଅଛି କି? ନା ସବୁ କିଛି ଆଗ ଭଳି ଠିକ୍ ହୋଇଯାଉ, ସେଥିପାଇଁ ଆପଣ ଉତ୍ତର ଖୋଜୁଛନ୍ତି । ଏହି ଉତ୍ତର ଆପଣ ନିଜ ଭିତରେ ପାଇ ପାରିବେ, କାରଣ ବୈବାହିକ ଜୀବନରେ ଅସୁବିଧାର ଦାୟୀ ବେଳେ ବେଳେ ଆପଣ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା କିଭଳି ସମ୍ଭବ ।
ବୈବାହିକ ଜୀବନରେ ଝଗଡାର କାରଣ ଜାଣିବା କଠିନ ହୋଇ ପଡିଥାଏ । ଯେତେବେଳେ କଥାଟି ଅତ୍ୟଧିକ କଠିନ ହୋଇ ଯାଇଥାଏ,ସେତେବେଳେ ସାଥୀଙ୍କ ଉପରେ ଦୋଷ ଲଦିବା ସହଜ ହୋଇ ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ମଧ୍ୟ ଏଥିରେ ସାମିଲ ଅଛନ୍ତି । କିଛି ଏଭଳି ଲକ୍ଷଣ ଅଛି , ଯେଉଁଥିରୁ ଜାଣି ପାରିବେ ଯେ ବୈବାହିକ ଜୀବନରେ କିଛି ଅସୁବିଧା ରହିଛି ।
୧- ପ୍ରତି କଥାରେ ନା’ କହିବା: ଆପଣଙ୍କ ଜୀବନସାଥୀ ଯେତେବେଳେ ଆପଣଙ୍କୁ କିଛି ପଚାରନ୍ତି ସେତେବେଳେ ନା’ କହିବା । ଏଭଳି ସବୁ କଥାରେ ନା’ କହିବା ଏକ ଖରାପ ଅଭ୍ୟାସ । ଏହାଦ୍ୱାରା ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ।
୨- ପ୍ରତି କଥା ଲୁଚାଇବା: ବୈବାହିକ ସଂପର୍କ ମଧ୍ୟରେ ପତି-ପତ୍ନୀଙ୍କ ମନ ମିଶୁଥିବା ଆବଶ୍ୟକ । କାରଣ ଯଦି ଆପଣଙ୍କ ଜୀବନସାଥୀ କୌଣସି କଥା ଲୁଚାଇ ରଖିଥାନ୍ତି, ତାହା ଆପଣ ପର ମୁହୂର୍ତ୍ତରେ ଜାଣିବାକୁ ପାଇଥାନ୍ତି । ଏହାଦ୍ୱାରା ସାଥୀଙ୍କ ହୃଦୟରେ ଆଘାତ ଲାଗିଥାଏ । ଏବଂ ଧୀରେ ଧୀରେ ସଂପର୍କରେ ଦୂରତା ଆସିଥାଏ ।
୩- ନିଜ ଭୁଲ ନ ମାନିବା: ବୈବାହିକ ଜୀବନରେ ଫାଟକ ସୃଷ୍ଟି ହେବାର ଏକ କାରଣ ହେଉଛି କଦାପି ଭୁଲ ନ ମାଗିବା । ଯଦି ଆପଣ ଆପଣଙ୍କର ଭୁଲକୁ ଜାଣି ପାରି ଜୀବନସାଥୀଙ୍କୁ ଭୁଲ ମାଗୁଛନ୍ତି, ତେବେ ସାଥୀ ଜଣଙ୍କ ଆପଣଙ୍କ ଭୁଲକୁ ଭୁଲି ଯାଇ ଆପଣଙ୍କ ସହ ଭଲ ସଂପର୍କ ରଖିଥାନ୍ତି । ଯଦି ଆପଣ କଦାପି ଭୁଲ ମାଗୁ ନାହାନ୍ତି, ତାହାଲେ ଆପଣଙ୍କ ବୈବାହିକ ଜୀବନରେ ଦୂରତା ଆସିପାରେ ।
୪- କ୍ରୋଧ: ଯଦି ଆପଣ ସର୍ବଦା ରାଗ ମୁଡରେ ରହୁଥିବେ । ଯାହା ପଚାରିଲେ ଆପଣ ଚିଡଚିଡା ହେଉଥିବେ । ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଠାରୁ ଦୂରେଇ ରହିଥାନ୍ତି । ଯଦି ଆପଣ ବୈବାହିକ ଜୀବନରେ ସୁଖ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ ।