ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ମାତ୍ରେକେ ଭୁଲ୍ । ଅନେକ ସମୟରେ ମଣିଷ ତାର ଭୁଲ୍ ରୁ ଉଚିତ୍ ଶିକ୍ଷା ପାଇଥାଏ । କିନ୍ତୁ ବେଳେବେଳେ ମଣିଷ ଏଭଳି ଭୁଲ୍ କରି ବସେ ଯାହାର କୌଣସି କ୍ଷମା ନଥାଏ । ମୁଖ୍ୟତଃ ଯଦି ଆପଣ କୌଣସି ସଂପର୍କରେ ଅଛନ୍ତି ତେବେ ଆପଣଙ୍କ ଛୋଟ ଛୋଟ ଭୁଲ୍ ବି ଆପଣଙ୍କ ସାଥୀଙ୍କ ଠାରୁ ଦୂରେଇ ଦେଇ ପାରେ । ସେଥିପାଇଁ ଏଭଳି ଭୁଲଠାରୁ ଦୂରେଇ ରୁହନ୍ତୁ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଭୁଲ୍ ବିଷୟରେ..
ଯେତେବେଳେ ବି ଆପଣଙ୍କ ସଂପର୍କରେ କୌଣସି ଅସୁବିଧା ହେଉଛି, ତେବେ ସେଥିପାଇଁ କଦାପି ଦୁହେଁ ଦୁହିଁଙ୍କ ଉପରେ ଦୋଷ ଲଦନ୍ତୁ ନାହିଁ । ଏହବ୍ୟତୀତ ଅନ୍ୟର କଥାରେ ବିଲକୁଲ ଜୀବନସାଥୀଙ୍କୁ ସନ୍ଦେହ କରନ୍ତୁ ନାହିଁ । ଯଦି କୌଣସି ବାହାର ବ୍ୟକ୍ତି ଆପଣଙ୍କ ଜୀବନସାଥୀଙ୍କ ବିଷୟରେ ଖରାପ କହୁଛନ୍ତି । ତେବେ ତାଙ୍କ ସହ ଝଗଡା ନକରି ସତଟା କ’ଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ନବୁଝି ନସୁଝି ସିଧାସଳଖ ଜୀବନସାଥୀଙ୍କୁ ଦୋଷୀ କରିବା ଉଚିତ୍ ନୁହେଁ ।
କିଛି ଲୋକଙ୍କ ଅଭ୍ୟାସ ଥାଏ କି ସେ ତାଙ୍କ ଜୀବନସାଥୀଙ୍କ ସମସ୍ତ କଥା ତାଙ୍କ ବନ୍ଧୁଙ୍କୁ ଜଣାଇ ଦେଇଥାନ୍ତି । କିନ୍ତୁ ଏଭଳି ଭୁଲ ବିଲକୁଲ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ସଂପର୍କରେ ଫାଟକ ହେବାର ସମ୍ଭାବନା ଅଧିକ ଥାଏ ।
ପ୍ରାୟତଃ ଦେଖିବାକୁ ମିଳେ ଯେ କିଛି ବ୍ୟକ୍ତି ରାଗରୁ ରକ୍ଷା ପାଇବା ପାଇଁ ତଥା ଜୀବନସାଥୀଙ୍କୁ ଖୁସି କରିବା ପାଇଁ ମିଛ କହିଥାନ୍ତି । ଏଭଳି କରିବା ଦ୍ୱାରା ହୁଏତ ଆପଣ କିଛି ସମୟ ପାଇଁ ଜୀବନସାଥୀଙ୍କୁ ଖୁସି କରିଦେଇପାରିବେ । କିନ୍ତୁ ପଛରେ ଯେତେବେଳେ ସତ ସମ୍ନାକୁ ଆସିଥାଏ ସେତେବେଳେ ହୃଦୟକୁ ଖୁବ୍ ବାଧି ଥାଏ । ଏବଂ ସଂପର୍କରେ ବିଶ୍ୱାସ ରହେ ନାହିଁ ।