ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୋକ ଲାଗିଲା ମାତ୍ରେ ଆପଣମାନେ ବାହାରୁ କିଛି ନା କିଛି ଖାଦ୍ୟ ଖାଇ ଦେଇଥାନ୍ତି । ଯେଉଁଥିରେ ବର୍ଗର, ସାଣ୍ଡୁଇଚ୍ ଏବଂ ବ୍ରେଡ ଭଳି ଖାଦ୍ୟ ସାମିଲ ଥାଏ । କିନ୍ତୁ ଆପଣାମନେ ଧ୍ୟାନ ରଖିଥିବେ କି ଜୋରେ ଭୋକ ଲାଗୁଥିବା ବେଳେ ବିଲକୁଲ୍ ଏହି ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହା ଶରୀରକୁ ଅନେକ କ୍ଷତି ପହଁଚାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ..
ଅଲ୍ସର ସମସ୍ୟା:
ଏହାଦ୍ୱାରା ପେଟରେ କୋଷ୍ଟକାଠିନ୍ୟ ହେବା ସହ ପେଟ ଦରଜ ରୁହେ ଏବଂ ଧୀରେ ଧୀରେ ଏହି ସମସ୍ୟା ବଢିଯାଇ ଅଲ୍ସର ରୋଗରେ ପରିଣତ ହୋଇଥାଏ ।
ହାର୍ଟ ପାଇଁ ବିପଦ:
ବ୍ରେଡରେ ପ୍ରଚୁର ପରିମାଣର ସୋଡିୟମ ମିଶାଯାଇଥାଏ । ଯାହା ରକ୍ତ ଚାପର ଗତିକୁ ବଢାଇ ହାର୍ଟ ସମସ୍ୟାକୁ ବଢାଇ ଦେଇଥାଏ ।
ଲିଭର ଖରାପ ହେବା:
ମଇଦାରେ ବ୍ରେଡ୍ ତିଆରି ହୋଇଥାଏ । ଏହାଦ୍ୱାରା ପାଚନକ୍ରିୟାରେ ସମସ୍ୟା ଉପୁଜି ଥାଏ । ଏହାବ୍ୟତିତ ଏଥିରେ କାର୍ବୋହାଇଡ୍ରେଟସ୍ ଲିଭରକୁ ଦୁର୍ବଳ କରିଦେଇଥାଏ ।