ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୈଶାଖ ମାସ ଶୁକ୍ଳ ପକ୍ଷ ଚର୍ତ୍ତୁଦଶୀରେ ନୃସିଂହ ଜୟନ୍ତି ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ଜୟନ୍ତିକୁ ଖୁବ୍ ମହତ୍ୱ ଦିଆଯାଇଥାଏ । ଚଳିତ ବର୍ଷ ଆଜିର ଦିନରେ ଏହି ଜୟନ୍ତିକୁ ଚାରିଆଡେ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଦିନ ଭଗବାନ ନୃସିଂହଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣହୋଇଥାଏ । ଏହା ବ୍ୟତୀତ ସମସ୍ତ ଦୁଃଖ ଦୂର ହେବା ସହିତ ଦୁର୍ଘଟଣାରୁ ମଧ୍ୟ ସୁରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଘରେ କିଭଳି କରିବେ ଭଗବାନ୍ ନୃସିଂହଙ୍କ ପୂଜା ।
ପୂଜା ବିଧି: ଠାକୁର ଘରର ପଶ୍ଚିମ କୋଣରେ ସବୁଜ ରଙ୍ଗର କପଡା ଉପରେ ନୃସିଂହ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ତାପରେ ଭଗବାନଙ୍କୁ ନଡିଆ,ବାଦାମ ମିଶିରି ଏବଂ ଖିଚିଡି ଭୋଗ ଲଗାଇ ସୋରିଶ ତେଲରେ ଦୀପ ଜଳାନ୍ତୁ । ଏହି ପୂଜା ସଂନ୍ଧ୍ୟା ୬.୩୦ ରୁ ୭.୩୦ ମଧ୍ୟରେ କଲେ ଏହା ଶୁଭ ହୋଇଥାଏ । ଏବଂ ଓଁ ନୃମ ନୃମ ନୃମ ନର ସିଂହାୟ ନମଃ ମନ୍ତ୍ର ଜପ କରନ୍ତୁ ।
ଭଗବାନ ନୃସିଂହଙ୍କୁ ମହୁ ଚଢାଇ ଗରିବ ଲୋକଙ୍କୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ଏହାବ୍ୟତୀତ ଲାଲ ରଙ୍ଗର କପଡାରେ ନଡିଆ ବାନ୍ଧି ନୃସିଂହକୁ ଚଢାଇଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ଏବଂ ୮ଟି ଲେମ୍ବୁରେ ସିନ୍ଦୁର ଲଗାଇ ଭଗବାନଙ୍କୁ ଚଢାଇବା ଦ୍ୱାରା ଦୁର୍ଘଟଣାରୁ ସୁରକ୍ଷା ମିଳିଥାଏ ।