ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିୟମିତ ଜଳଖିଆରେ ଓଟ୍ସ ସେବନ କରିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମ୍ ହୋଇଥାଏ । ପୂର୍ବରୁ ହୋଇଥିବା ଗବେଷଣା ଅନୁଯାୟୀ ଓଟ୍ସ ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା କମ୍ ଥାଏ । କିନ୍ତୁ ବର୍ତ୍ତମାନ ହୋଇଥିବା ଗବେଷଣାରୁ ଜଣାପଡିଛି କି ସାଧାରଣତଃ ଜଳଖିଆ ଖାଉଥିବା ଅଣ୍ଡା , ଦହି ଓ ବ୍ରେଡ୍ ଠାରୁ ଅଧିକ ଲାଭକାରୀ ଓଟ୍ସ ।
ଡେନମାର୍କରେ ୫୫ ହଜାର ବୟସ୍କ ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା । ସମସ୍ତଙ୍କ ବୟସ ପ୍ରାୟତଃ ୫୬ ବର୍ଷ ରହିଥିଲା । ସେମାନଙ୍କ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ର କୌଣସି ଇତିହାସ ନଥିଲା । ଆରମ୍ଭରୁ ପ୍ରତ୍ୟେକ ସପ୍ତାହରେ ପ୍ରତେିଯୋଗୀଙ୍କୁ ୨.୧ ସର୍ଭିଙ୍ଗ ଅଣ୍ଡା, ୩ ସର୍ଭିଙ୍ଗ ଧଳା ବ୍ରେଡ୍,୧ ସର୍ଭିଙ୍ଗ ଦହି ଏବଂ ୦.୧ ସର୍ଭିଙ୍ଗ ଓଟ୍ସ ଦିଆଯାଇଥିଲା । ଗବେଷକମାନେ ପ୍ରତିଯୋଗୀ ମାନଙ୍କୁ ୧୩ ବର୍ଷ ପର୍ଯ୍ୟନ୍ତ ଦେଖାରଖା କରୁଥିଲେ । ଏହି ଅବସରରେ ୨,୨୬୦ ଲୋକ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇଥିଲେ । ଯେଉଁ ଲୋକମାନେ ଅଣ୍ଡା କିମ୍ବା ଧଳା ବ୍ରେଡ୍ ର ଏକ ସର୍ଭିଙ୍ଗ ସ୍ଥାନରେ ଓଟ୍ସ ସେବନ କରିଥିଲେ , ସେମାନଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ ୪ ପ୍ରତିଶତ କମ୍ ରହିଥିଲା । ସେହିପରି ଯେଉଁମାନେ ଦହି ସେବନ କରିଥିଲେ ସେମାନଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ର କୌଣସି ପ୍ରଭାବ ପଡିନଥିଲା ।
ୟୁନିଭରସିଟି ଇନ୍ ଡେନମାର୍କର ଗବେଷକ କ୍ରିଷ୍ଟିନା ଦହନ କହିଛନ୍ତି,ଗବେଷଣାରୁ ଜଣାପଡିଛି କି ଯଦି ଆପଣ ଜଳିଖିଆରେ ଅଧିକ ଅଣ୍ଡା ଏବଂ ଧଳା ବ୍ରେଡ୍ ବଦଳରେ ଓଟ୍ସ ସେବନ କରିବେ , ଲୋକଙ୍କ ଠାରେ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମ୍ ହେବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ରକ୍ତ ଜମାଟ ବାନ୍ଧିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଶରୀରରେ ଉପସ୍ଥିତ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ଓଟ୍ସ । ଇସ୍କେମିକ୍ ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ କାରଣ ହୋଇଥାଏ କୋଲେଷ୍ଟ୍ରଲ । ଇତିମଧ୍ୟରେ ଯଦି ନିୟମିତ ଓଟ୍ସ ସେବନ କରିବେ ତେବେ କୋଲେଷ୍ଟ୍ରଲର ସ୍ତର କମ୍ ହୁଏ ଏବଂ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମିଥାଏ ।
କଣ କହୁଛନ୍ତି ବିଶେଷଜ୍ଞ: ବ୍ରେନ୍ ଷ୍ଟ୍ରୋକ୍ ର ବିପଦକୁ କମ କରିବା ପାଇଁ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଧୂମ୍ରପାନ ନକରିବା, ନିୟମିତ ବ୍ୟାୟମ କରିବା, ଓଜନ, ରକ୍ତଚାପ, କୋଲେଷ୍ଟ୍ରଲ ଓ ରକ୍ତ ସର୍କରାର ସ୍ତର ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଭୋଜନରେ ଡାଲି , ଫଳ, ପନିବରିବା ଆଦି ଖାଇବା ପାଇଁ କୁହାଯାଇଛି ।