ଭୁବନେଶ୍ୱର (ଏଟିଆର ବ୍ୟୁରୋ):କପୁଲ୍ସଙ୍କ ମଧ୍ୟରେ ଭଲ ପାଇବା ଏବଂ ରୋମାନ୍ସ ସାଧାରଣ କଥା । ସଂପର୍କରେ ଭଲ ପାଇବା ଏବଂ ରୋମାନ୍ସ ହେବା ଦ୍ୱାରା ହିଁ ସଂପର୍କ ମଜବୁତ ହୋଇଥାଏ । ଆଜିକାଲିର ପୁଅ ଏବଂ ଝିଅମାନେ କମ ବୟସରେ ସଂପର୍କରେ ରହିବା ଆରମ୍ଭ କରିଦେଉଛନ୍ତି । ଯାହାଫଳରେ ଧୀରେ ଧୀରେ କପୁଲ୍ସଙ୍କ ମଧ୍ୟରେ ହାବ ଭାବ ଏବଂ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ । ଅନେକ ଲୋକଙ୍କ ଭାବନା ଥାଏ କି ଝିଅମାନଙ୍କୁ ୨୦ରୁ ୨୨ବର୍ଷ ହେଲେ ସେମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି । ଯଦି ଆପଣମାନେ ବି ଏଭଳି କିଛି ଭାବୁଛନ୍ତି । ତେବେ ଆପଣ ବିଲକୁଲ୍ ଭୁଲ୍ ଭାବୁଛନ୍ତି ।
ଏକ ଗବେଷଣା ଅନୁଯାୟୀ, ୩୦ରୁ ୪୦ ବର୍ଷ ବୟସରେ ମହିଳାମାନେ ଖୁବ୍ ରୋମାଣ୍ଟିକ୍ ହୋଇଥାନ୍ତି । ଏହି ବୟସରେ ରୋମାନ୍ସ କରିବା ପାଇଁ ମହିଳାମାନଙ୍କ ଇଛା ଚରମ ସୀମାରେ ପହଞ୍ଚି ଥାଏ । ସେହି ସମୟରେ ସେମନେ ତାଙ୍କ ପାର୍ଟନର ସହିତ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ପସନ୍ଦ କରିଥାନ୍ତି । ଆଜ୍ଞା ହଁ ମହିଳାମାନେ କେଉଁ ବୟସରେ ଅଧିକ ରୋମାଣ୍ଟକ୍ ହୋଇଥାନ୍ତି, ଏହାକୁ ଜାଣିବା ପାଇଁ ନାଚୁରାଲ ସାଇକେଲ ଆପ ଭଳି ଏକ ସର୍ଭେ କରାଯାଇଥିଲା । ସେଥିରେ ୨୬୦୦ ମହିଳାଙ୍କୁ ସାମିଲ କରାଯାଇଥିଲା । ସେଥିରୁ ଜାଣିବାକୁ ମିଳିଲା ଯେ ୩୫ ରୁ ଉର୍ଦ୍ଧ ବୟସର ମହିଳା ଏହି ବୟସରେ ରୋମାନ୍ସ କରିବା ପାଇଁ ପସନ୍ଦ କରିଥାନ୍ତି ।