ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ।
କିଡନୀ ଏବଂ କର୍କଟ ରୋଗରେ ଆକ୍ରାନ୍ତ ଥିବ ଶ୍ରୀ ମିଶ୍ର କିଛି ଦିନ ତଳେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କିନ୍ତୁ ଅଚାନକ୍ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶ୍ରୀ ମିଶ୍ର ବନବୀରା ଫାୟାରିଂ ଘଟଣାରେ ଅଭିଯୁକ୍ତ ହୋଇ ଜୁଲାଇ ୧୯ରେ ବରଗଡ ଜିଲ୍ଲାର ସୋହେଲା ଉପ କାରାଗାରରୁ ମୁକ୍ତ ହୋଇଥିଲେ ।
ପୂର୍ବରୁ ମେ ୧୫ ତାରିଖରେ ଶ୍ରୀ ମିଶ୍ରଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବାରୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଅଦାଲତ ।
ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ପଠାଯାଇଥିଲା ।