ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ମଧୁମେହ ରୋଗ ବଢିବାରେ ଲାଗିଛି । ପ୍ରତ୍ୟେକ ଲୋକ ଏହି ରୋଗର ଶିକାର ହେଉଛନ୍ତି । ଖରାପ ଖାଦ୍ୟ-ପାନୀୟ ଏବଂ ଖରାପ ଜୀବନଶୈଳୀ ପାଇଁ ଏହି ରୋଗ ହୋଇଥାଏ । ଏହି ସମସ୍ୟା ହେବା ଦ୍ୱାରା ଶରୀରରେ ରକ୍ତ ସର୍କରା ସ୍ଥର ନିୟନ୍ତ୍ରଣରେ ରହିନଥାଏ । ସେଥିପାଇଁ ରୋଗୀ ମୋଟାପଣା, କିଡନୀ ଫେଲ ଏବଂ ହୃଦ ସମ୍ବନ୍ଧୀୟ ରୋଗର ଶିକାର ହୋଇ ପାରନ୍ତି । ଏଥିପାଇଁ ଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରୋଇ ଉପଚାର ଦ୍ୱାରା ବି ମଧୁମୟ ନିୟନ୍ତ୍ରଣ କରିପାରିବେ । ଆଜ୍ଞା ହଁ ମଧୁମେୟ ନିୟନ୍ତ୍ରଣ କରିବା ପାଇଁ ପିଆଜ ଖୁବ୍ ଉପଯୋଗୀ । କାରଣ ପିଆଜରୁ ଫ୍ଲେବେନାଇଡ୍ସ ମିଳିଥାଏ । ଏହାବ୍ୟତିତ ଅନେକ ଗବେଷଣାରୁ ଜଣାପଡିଛି କି ପିଆଜରେ ଥିବା ଫ୍ଲେବେନାଇଡ୍ସ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏଥିପାଇଁ ମଧୁମେୟ ନିୟନ୍ତ୍ରଣ ହୋଇପାରିବ । ତେବେ ଆସନ୍ତୁ ଜାଣିବା ପିଆଜ କିପରି ମଧୁମେୟ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ।
ପିଆଜରେ ଫାଇବର ମାତ୍ରା ଅଧିକ ଥାଏ । ପିଆଜ ସେବନ କରିବା ଦ୍ୱାରା ରକ୍ତରେ ସର୍କରା ମିଶିବା ପ୍ରକ୍ରିୟା ଧୀର ହୋଇଯାଏ । ଯାହାଫଳରେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ । ଏହାସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ପିଆଜ ସହାୟକ ହୋଇଥାଏ । ଯେଉଁଥି ପାଇଁ ପେଟ ସର୍ବଦା ସଫା ଏବଂ ସୁସ୍ଥ ରହିଥାଏ । ମଧୁମେୟ ପିଡିତ ରୋଗୀ କୋଷ୍ଠକାଠିନ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ ପିଆଜ ସେବନ କରିବା ଦ୍ୱାରା ପେଟ ସଫା ରହିବ ଏବଂ କୋଷ୍ଠକାଠିନ୍ୟ ଦୂର ହେବ ।
ଅପରପକ୍ଷେ ମଧୁମେହ ଗସ୍ତ ରୋଗୀଙ୍କ ପାଇଁ କାର୍ବୋହାଇଡ୍ସ ମାତ୍ରାର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ । ପିଆଜରେ କାର୍ବୋହାଇଡ୍ସର ମାତ୍ରା କମ ଥାଏ, ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ପିଆଜ ଖୁବ୍ ଲାଭକାରୀ ହୋଇଥାଏ ।
ଖାଦ୍ୟରେ ପିଆଜ ବ୍ୟବହାର କରାଯିବା ଦ୍ୱାରା ସ୍ୱାଦ ଦୁଇ ଗୁଣା ହୋଇ ଯାଇଥାଏ । ଏହା ଆମ ଖାଦ୍ୟର ସ୍ୱାଦ ସମେତ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ରଖିଥାଏ । ଟାଇପ ୧ ଏବଂ ଟାଇପ ୨ ଡାଇବେଟିସ୍ ରେ ପିଡୀତ ରୋଗୀ ପିଆଜ ସୁପ୍ , ସାଲାଡ, ଏବଂ ସାଣ୍ଡୱିଚ୍ ଆଦିରେ ମିଶାଇ ଖାଇ ପାରିବେ ।