ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ୟୁରିନ୍ ଇଂଫେକ୍ସନ ହୋଇଥାଏ ସେବେ ପରିଶ୍ରା କରିବା ସ୍ଥାନ ଅତ୍ୟନ୍ତ ବିନ୍ଧା ହେବା ସହ ଜଳା ପୋଡା ଆଦି ହୋଇଥାଏ । ଏହି ଗମ୍ଭୀର ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଏବଂ କମ ପାଣି ପିଇବା । କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ୟୁରିନ୍ ଇଂଫେକ୍ସନ ଆପେ ଆପେ ଭଲ ହୋଇଯାଏ । କିନ୍ତୁ ଅନ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଭଲ ହୋଇନଥାଏ । ଯାହାଫଳରେ ସେମାନଙ୍କୁ ବିଭିନ୍ନ ଔଷଧ ଖାଇବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି ୟୁରିନ୍ ଇଂଫେକ୍ସନରୁ ଉପଶମ ପାଇବା ପାଇଁ କିଛି ସରଳ ଉପାୟ କହି ରଖୁଛୁ ।
– ୟୁରିନ୍ ଇଂଫେକ୍ସନ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବା ପାଇଁ ୧୦୦ ଗ୍ରାମ ହଳଦୀ, ୨୫୦ ଗ୍ରାମ କଳାଜିରା ଏବଂ ୧୦୦ ଗ୍ରାମର ଗୁଡକୁ ପେଶିକି ଏକ ତାୱାରେ ଭଲ ଭାବରେ ଭାଜି ଦିଅନ୍ତୁ । ପ୍ରତିଦିନ ୧ ଚାମଚ ଏହି ଚୂର୍ଣ୍ଣ ସହିତ ପାଣି ପିଅନ୍ତୁ ।
– ଏହାବ୍ୟତୀତ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ।
– ରସୁଣରେ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି ବାୟୋଟିକ ଗୁଣ ରହିଥାଏ, ଯାହା ଜୀବାଣୁ ମାରିବରେ ସହାୟକ ହୋଇଥାଏ । ସେଥିପାଇଁ ଅଧିକ ମାତ୍ରାରେ ରସୁଣ ଖାଆନ୍ତୁ ।