ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସମସ୍ତ ବ୍ୟକ୍ତିଙ୍କ ପସନ୍ଦ ଏକ ସ୍ୱପ୍ନର ଘର । ସେଥିପାଇଁ ଅନେକ ବ୍ୟକ୍ତି ଖୁବ୍ ପରିଶ୍ରମ କରି ସ୍ୱପ୍ନର ଘରଟିଏ ତୋଳିଥାନ୍ତି । କିନ୍ତୁ ଯଦି ହଠାତ୍ ସେହି ଘରର କାନ୍ଥରେ କୌଣସି ଦାଗ ଲାଗିଯିବାର କିମ୍ବା ଛୋଟ ପିଲାମାନେ କାନ୍ଥରେ ଗାରେଇ ଦେବାର ଦେଖିବାକୁ ମିଳେ । ସେହି ସମୟରେ ମନଟି ଅତ୍ୟନ୍ତ ଦୁଃଖ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କ ନିକଟକୁ ଏଭଳି କିଛି ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କାନ୍ଥରେ ଲାଗିଥିବା ଦାଗ ଦୂର ହୋଇଯିବ ।
କାନ୍ଥରେ ଲାଗିଥିବା ଦାଗକୁ ହଟେଇବା ପାଇଁ ଭିନେଗାର ଖୁବ୍ ସହାୟକ ହୋଇଥାଏ । ସେଥିପାଇଁ ଭିନେଗାରରେ ଏକ ସ୍ପଞ୍ଜ ବୁଡାଇ କାନ୍ଥରେ ଲାଗିଥିବା ଦାଗକୁ ରଗଡିକି ଛଡାନ୍ତୁ । ଦାଗ ଛାଡି ଗଲା ପରେ ଏକ ସଫା କପଡାରେ କାନ୍ଥକୁ ପୋଛି ଦିଅନ୍ତୁ ।
ଏହାବ୍ୟତୀତ ବ୍ରସରେ ଟୁଥପେଷ୍ଟ ଲଗାଇ କାନ୍ଥରେ ଲାଗିଥବା ଦାଗକୁ ଘଷନ୍ତୁ । ଏଭଳି କରିବା ଦ୍ୱାରା କାନ୍ଥରୁ ଦାଗ ଛାଡି ଯାଇଥାଏ ।
ଆପଣ ଯେଉଁ ଟିସୁ ପେପର ବ୍ୟବହାର କରୁଛନ୍ତି ତାହା ମଧ୍ୟ କାନ୍ଥରୁ ଦାଗ ଦୂର କରିବାରେ ସାହାୟକ ହୋଇଥାଏ । ସେଥିପାଇଁ ଆପଣ ଏକ ଟିସୁ ପେପରକୁ ୩ ରୁ ୪ ଫୋଲ୍ଡ କରିଦିଅନ୍ତୁ । ତାପରେ ସେହି ଟିସୁକୁ କାନ୍ଥରେ ଲଗାଇ ତା’ଉପରେ ଆଇରନ ପ୍ରେସ କରିଦିଅନ୍ତୁ । ଏହାଦ୍ୱାରା କାନ୍ଥରୁ ରଙ୍ଗ ଛାଡିଯାଇ ଟିସୁ ପେପରରେ ଭିଜିଯାଇଥାଏ ।