ବାଲେଶ୍ୱର,(ଏଟିଆର ବ୍ୟୁରୋ): ବାହାଘରରେ ବାଡିଆ ପିଟା । କଥାଟା ଠିକେ ଅଲଗା ଲାଗୁଥିଲେ ବି ଏକଦମ ସତ । ଯାହା ହାତରେ ଦେଖ ଥିଲା ଠେଙ୍ଗା ବାଡି ନଚେତ ପଥର । ମୁହାଁମୁହିଁ ହୋଇଥିଲେ ବର ଯାତ୍ରୀ ଓ କନ୍ୟାପକ୍ଷ । ଯିଏ ଯାହାକୁ ପାରୁଥିଲା ମନଇଛା ପିଟୁଥିଲା । ସବୁଠୁ ବଡ଼ କଥା ଥିଲା ଏହି ଗଣ୍ଡଗୋଳରେ ଅଯଥା ବନ୍ଧା ପଡିଥିଲା ବର । କନ୍ୟା ଘର ଲୋକେ ବରକୁ ଏକ ପ୍ରକାର ବନ୍ଦି କରି ରଖିଥିଲେ । ସିଧା କହିବାକୁ ଗଲେ ପରିସ୍ଥିତି ଏଭଳି ହୋଇଥିଲା ଯେ, ପୂରା ଅଞ୍ଚଳର ପାଲଟିଥିଲା ରଣକ୍ଷେତ୍ର । ଏଭଳି ଏକ ଅଭାନୀୟ ଘଟଣା ଏବେ ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି । ଆୟୋଜିତ ଭୋଜିରେ ଖାଦ୍ୟ ସରିଯିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ଡାଲଙ୍ଗ ଗ୍ରାମର ଅକ୍ଷୟ ଗିରିଙ୍କ ପୁଅର ବାହାଘର ନୂଆ ଗାଁ ଅଞ୍ଚଳରେ ଠିକ ହୋଇଥିଲା । ସେପଟେ କନ୍ୟା ପିତା ପ୍ରଫୁଲ ମହାନ୍ତି ବରଯାତ୍ରୀଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ । ତେବେ ୧୦୦ଜଣ ବରଯାତ୍ରୀ ଆସିଥିବା ବେଳେ ମାତ୍ର ୩୦ଜଣ ଖାଇବା ପରେ ଆଉ ଖାଦ୍ୟ ନଥିଲା । ଯାହାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ତେବେ ଏହି ପାଟିତୁଣ୍ଡ ଶେଷରେ ଉଗ୍ରରୂପ ନେଇଥିଲା । ମୁହାଁ ମୁହିଁ ହୋଇଥିଲେ ବରପକ୍ଷ ଓ କନ୍ୟାପକ୍ଷ । ଚାଲିଲା ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ । ଆକ୍ରମଣରେ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବାହାଘର ପରେ କନ୍ୟାଘର ଲୋକ ବରକୁ ଅଟକ ରଖିଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେପଟେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024