ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଶାସ୍ତ୍ରରେ ଲେଖା ହୋଇଥିବା ସମସ୍ତ କଥା ଦ୍ୱାରା ମଣିଷ ଜୀବନର ଭାଗ୍ୟରେ ପରିବର୍ତ୍ତନ ଆସିଥାଏ । ସେହିଭଳି ଶାସ୍ତ୍ର ରେ ଶୋଇବାର ସଠିକ୍ ପ୍ରଣାଳୀ ବିଷୟରେ ଉଲ୍ଲେଖ କରାଯାଇଛି । ଆଜ୍ଞା ହଁ ଶୋଇବାର ସଠିକ୍ ଉପାୟ ଆପଣଙ୍କ ଭାଗ୍ୟ ସହ ଜଡିତ ଅଛି ।
ଶାସ୍ତ୍ର ଅନୁଯାୟୀ ଭୁଲ୍ରେ ବି ଘରର ମୁଖ୍ୟ ଦ୍ୱାର ଆଡକୁ ଗୋଡ ରଖି ଶୁଅନ୍ତୁ ନାହିଁ । ଏହାଦ୍ୱାରା ଘରୁ ବାହାରକୁ ଯିବାର ସଂକେତ ହୋଇଥାଏ । ଏହା ସହିତ ବ୍ୟକ୍ତିଙ୍କର ଆୟୁ ହ୍ରାସ ହେବା ସହ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥାଏ ।
ଶାସ୍ତ୍ର ଅନୁଯାୟୀ ଶୋଇବାର ସବୁଠାରୁ ସଠିକ୍ କୋଣ ହେଉଛି ପୂର୍ବ କିମ୍ବା ଉତ୍ତର କୋଣ । ପୂର୍ବ କୋଣ ଆଡକୁ ମୁଣ୍ଡ କରି ଶୋଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । କେବଳ ଏତିକି ନୁହେଁ ପୂର୍ବ ଏବଂ ଉତ୍ତର କୋଣକୁ ସ୍ୱର୍ଗକୁ ଯିବାର ରାସ୍ତା ବୋଲି କୁହାଯାଇଥାଏ । ଏହି କୋଣରେ ଶୋଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ ।
ଧ୍ୟାନରେ ରଖିଥିବେ ଯେ ଏହି ପୂର୍ବ କୋଣରେ ଶୋଇଥିବା ବ୍ୟକ୍ତି ଯେମିତି ସୂର୍ଯ୍ୟଦୟ ପୂର୍ବରୁ ଉଠିବା ଉଚିତ୍ । କାରଣ ଏହାକୁ ସୂର୍ଯ୍ୟଙ୍କ କୋଣ ବୋଲି ମଧ୍ୟ କୁହାଯାଇଥାଏ ।