ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଲ ପାଇବା ଏବଂ ରୋମାନ୍ସ ସେତିକି ଜରୁରୀ ଯେତିକି ବଞ୍ଚିବା ପାଇଁ ଭୋଜନ । ବାହାଘରର କିଛି ଦିନ ପରେ କିଛି ବ୍ୟକ୍ତି ଅନୁଭବ କରିଥାନ୍ତି କି ଜୀବନରେ ରୋମାନ୍ସ କୁଆଡେ ଗାୟବ ହୋଇଯାଇଛି । ଯଦି ଆପଣଙ୍କ ସହିତ କିଛି ଏଭଳି ହେଉଛି ତେବେ ପ୍ରେମକୁ ବଳବତ୍ତର ରଖିବା ପାଇଁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ।
ଛୋଟ ଛୋଟ କଥା ଖୁସି ଏବଂ ଦୁଃଖର କାରଣ ହୋଇପାରେ । ସେଥିପାଇଁ ଜୀବନରେ ଛୋଟ କଥା ବି ମାଇନା ରଖିଥାଏ । ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଲମ୍ବା ସମୟ ବିତାଇବାକୁ ଚାହୁଁଛନ୍ତି ,କିନ୍ତୁ ଠିକ୍ ଭାବେ ସମୟ ଦେଇ ପାରୁ ନାହାନ୍ତି ତେବେ ସେଥିପାଇଁ ଟିକେ ଟିକେ ସମୟ ବି ମିସ୍ କରନ୍ତୁ ନାହିଁ । ଯେପରି ଚାର୍ଟ କରିବା । ଏଭଳି କରିବା ଦ୍ୱାରା ଜୀବନସାଥୀଙ୍କ ସହ ନିକଟତର ହୋଇପାରିବେ । ଏହାସହିତ ସାଥୀଙ୍କ ସହ ଡ୍ରାଇଭରେ ଯିବା ଖୁବ୍ ରୋମାଣ୍ଟିକ୍ ହୋଇଥାଏ । ଫିଲ୍ମ ଯିବା, ବୁଲିବା,ଲଞ୍ଚ କରିବା , ଡିନର ଆଦି ଏକାସଙ୍ଗରେ କରିବା ।
ଏଭଳି କରିବା ଦ୍ୱାରା ଆପଣ ଦୁହେଁ ଫ୍ରେସ୍ ଫିଲ୍ କରିବା ସହିତ ସମ୍ପର୍କ ମଧ୍ୟ ମଜବୁତ ହୋଇଯିବ । ପ୍ରେମକୁ ବଳବତ୍ତର ରଖିବାକୁ ହେଲେ ଆଇ ଲଭ୍ ୟୁ କହିବାକୁ କଦାପି ଭୁଲନ୍ତୁ ନାହିଁ । ଯେତେବେଳେ ବି ମଉକା ମିଳିଛି ପ୍ରେମ କରନ୍ତୁ ।
ବେଳେ ବେଳେ ଜୀବନରେ ଗମ୍ଭୀର ହେବାକୁ ପଡିଥାଏ । କିନ୍ତୁ ପ୍ରତି ମୁହୂର୍ତ୍ତରେ ଗମ୍ଭୀର ରହିବା ଦ୍ୱାରା ବୋରିଂ ଲାଗିପାରେ । ସେଥିପାଇଁ ଜୋକସ୍ କରି ହସିବାକୁ ଚେଷ୍ଟା କରନ୍ତୁ । ହସିବା ଏକ ପ୍ରକାରର ବ୍ୟାୟାମ । ଏଭଳି କରିବା ଦ୍ୱାରା ଜୀବନଟା ଖୁସିରେ କଟିବ । ଏହାସହିତ ସମ୍ପର୍କରେ ପପି ଏବଂ ଝପି ଦେବାକୁ ବିଲକୁଲ୍ ଭୁଲନ୍ତୁ ନାହିଁ ।