ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଲାପ ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ପାଖୁଡା ମଧ୍ୟ ସେତିକି ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହି ପାଖୁଡାରେ ରହିଛି ଅନେକ ଔଷଧୀୟ ଗୁଣ । ପାନରେ ଯେଉଁ ଗୁଲକନ୍ଦ ପଡିଥାଏ ତାହା ଗୋଲାପ ପାଖୁଡାରୁ ତିଆରି । ଏହା ଶରୀର ପାଇଁ ଖୁବ୍ ଲାଭକାରୀ ଅଟେ । ଆଜି ଆମେ ଆପଣଙ୍କୁ ଗୋଲାପ ପାଖୁଡାର କିଛି ଫାଇଦା ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..
– ଆଜିକାଲି ସମୟରେ ହୃଦ ରୋଗ ସମସ୍ୟା ସାଧାରଣ ହୋଇଗଲାଣି । ଏହି ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କ ପାଇଁ ଗୁଲକନ୍ଦ ବହୁତ ଲାଭକାରୀ ହୋଇଥାଏ । ଏହା ଏକ ପ୍ରକାରର ଔଷଧ ଭଳି କାମ କରିଥାଏ ।
– ଶୀତ ଦିନେ ଅନେକ ଲୋକଙ୍କର ଆଂଠୁ ଗଣ୍ଠି ଦରଜ ସମସ୍ୟା ଦେଖା ଦେଇଥାଏ । ଏମାନଙ୍କ ପାଇଁ ଗୋଲାପ ପତ୍ରରୁ ତିଆରି ଗୁଲକନ୍ଦ ଉପଯୋଗୀ ହୋଇପାରେ । ଏହାସହିତ ଗୋଲାପ ପାଖୁଡାକୁ କାଢା କରି ପିଇବା ଦ୍ୱାରା ଦରଜରୁ ଉପଶମ ମିଳିଥାଏ ।
– ଶୀତଦିନେ ଓଠ ଫାଟିବା ସମସ୍ୟା ସାଧାରଣ । ଏହି ସମୟରେ ଯଦି ଆପଣ ଗୋଲାପ ପାଖୁଡାକୁ ପେଷ୍ଟ କରି ସେଥିରେ ଗ୍ଲିସେରିନ୍ ପକାଇ ଲଗାଇବେ, ତେବେ ଆପଣଙ୍କ ଓଠ କୋମଳ ରହିବା ସହ ସୁନ୍ଦର ଦେଖାଯିବ ।
– ଗୋଲାପ ପାଖୁଡା ଟିବି ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ । ଏହି ରୋଗରେ ପିଡୀତ ଥିବା ବ୍ୟକ୍ତି ପ୍ରତିଦିନ ଗୋଲାପ ପାଖୁଡା ସେବନ କରିବା ଉଚିତ୍ ।
– ଆଜି କାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅନେକ ଲୋକ ରାତିରେ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ । ସେଥିପାଇଁ ଯଦି ଆପଣ ରାତିରେ ଶୋଇଲା ବେଳେ ତକିଆ ତଳେ ଗୋଲାପ ପାଖୁଡା ବିଛାଇ ଶୋଇବେ, ତେବେ ଭଲ ନିଦ ହେବ ।