ଭୁବନେଶ୍ୱର (ଏଟଆର ବ୍ୟୁରୋ): ଦିନକୁ ଦିନ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରର ବ୍ୟବହାର ବଢି ଚାଲିଛି । ଏହି ସ୍ମାର୍ଟଫୋନ୍ ଛୋଟ ପିଲାଠାରୁ ଆରମ୍ଭ କରି ଯୁବପିଢୀଙ୍କ ଆଖି ପାଇଁ ବହୁତ ମାରାତ୍ମକ । ଏହାର ପ୍ରଭାବ ସିଧାସଳଖ ଦୃଷ୍ଟି ଶକ୍ତି ଉପରେ ପଡିଥାଏ । ଏହାସହିତ ବିଶୃଙ୍ଖଳିତ ଖାଦ୍ୟପାନୀୟ ଆଖି ଉପରେ ଅଧିକ ପ୍ରଭାବ ପକାଇ ଥାଏ । ପୂର୍ବରୁ ଏହି ସମସ୍ୟାର ଚିକିତ୍ସା ନକଲେ ଆପଣ ଆପଣଙ୍କର ଦୃଷ୍ଟି ଶକ୍ତି ହରାଇ ପାରନ୍ତି । ସେଥିପାଇଁ ଏଭଳି ସମସ୍ୟାର ଚିକିତ୍ସା କରିବା ନିହାତି ଜରୁରୀ ।
ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ମତରେ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟର ବ୍ୟବହାର ପ୍ରତି ସାବଧାନ ହେବା ଜରୁରୀ ଏବଂ ସବୁଜ ପନିପରିବା ସେବନ କରିବା ଉଚିତ୍ । ଏହାଦ୍ୱାରା ଚକ୍ଷୁ ସମସ୍ୟା ଦୂର ହୋଇପାରିବ । କମ୍ପ୍ୟୁଟରରେ କାମ କରିବା ସମୟରେ ଆଖି ପଲକ ବାରମ୍ବାର ପକାନ୍ତୁ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କରିବା ଦ୍ୱାରା ଆଖି ଜଳାପୋଡା ହେବା ସହ ଧୂଳି ପଡିଗଲା ଭଳି ଲାଗିଥାଏ । ଯଦି ଆପଣଙ୍କଠାରେ ଏଭଳି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାସହିତ ଭିଟାମିନ୍ ଏ ଥିବା ପନିପରିବା ସେବନ କରନ୍ତୁ । ପ୍ରାୟତଃ ଶୋଇଲା ବେଳେ ମୋବାଇଲ ଠାରୁ ଦୂରେଇ ରୁହନ୍ତୁ । କାରଣ ସ୍ମାଟଫୋନ୍ ର ଲାଇଟ୍ ସିଧାସଳଖ ଆଖି ଉପରେ ପଡିଥାଏ । ଯାହା ପରମୁହୂର୍ତ୍ତରେ ଆଖି ସମସ୍ୟାର ସମୁଖୀନ ହେବାକୁ ପଡେ ।