ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀର ପାଇଁ ପାଣି ପିଇବା ନିହାତି ଜରୁରୀ । ସୁସ୍ଥ ଶରୀର ପାଇଁ ଦିନକୁ ପାଖାପାଖି ୮ ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ୍ । କିନ୍ତୁ ଯଦି ଆପଣ ଥଣ୍ଡା ପାଣି ବଦଳରେ ଗରମ ପାଣି ପିଇବେ ତେବେ ତାହା ଶରୀର ପାଇଁ ଆହୁରୀ ଲାଭଦାୟକ ହୋଇଥାଏ । ଏନେଇ ଅନେକ ଗବେଷଣାରେ ମଧ୍ୟ ପ୍ରମାଣିତ ହୋଇସାରିଛି କି ଗରମ ପାଣି ପିଇବା ଦ୍ୱାରା ଶରୀର ଭିତରେ ଜମା ହୋଇ ବିଷ ତତ୍ୱ ବାହାରକୁ ବାହାରି ଯାଇଥାଏ । ସେହିପରି ଓଜନ କମ୍ କରିବା ପାଇଁ ଗରମ ପାଣି ବେଶ୍ ଉପଯୋଗୀ । ଏହାସହିତି କୋଷ୍ଟକାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ଅନେକ ରୋଗ ଗରମ ପାଣି ପିଇବା ଦ୍ୱାରା ଭଲ ହୋଇ ଯାଇଥାଏ । ଏହାବ୍ୟତିତ ଗରମ ପାଣିର ଆଉ କେଉଁ ପ୍ରକାରର ଫାଇଦା ରହିଛି ଆସନ୍ତୁ ଜାଣିବା..
– ବ୍ଲଡ ସର୍କ୍ୟୁଲେଶନକୁ ବଢାଇବାରେ ଗରମ ପାଣି ବହୁତ ଭଲ କାମ କରିଥାଏ । ବ୍ଲଡ ସର୍କ୍ୟୁଲେଶନ ଠିକ୍ ରହିବା ଦ୍ୱାରା ମଣିଷ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା ପାଇ ପାରିବ । ଗରମ ପାଣି ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ।
– ଯେଉଁ ବ୍ୟକ୍ତିଙ୍କୁ ଭୋକ କମ ହୋଇଥାଏ, ସେମାନେ ଗୋଟେ ଗ୍ଲାସ ଗରମ ପାଣିରେ ଗୋଲମରିଚ, ଲୁଣ ଏବଂ ଲେମ୍ବୁ ପକାଇ ପିଅନ୍ତୁ । ଏହାଦ୍ୱାରା ଭୋକ ନ ଲାଗିବାର ସମସ୍ୟାରୁ ଛୁଟ୍ କାରା ପାଇ ପାରିବେ ।
– ଯଦି କୌଣସି ପ୍ରକାରର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି କିମ୍ବା ତ୍ୱଚାରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି ତେବେ ଏହାର ସଠିକ୍ ଉପାୟ ହୋଇଛି ଗରମ ପାଣି । ସେଥିପାଇଁ ନିୟମିତ ସକାଳୁ ଗରମ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କ ତ୍ୱଚା ଗ୍ଲୋ କରିବ ଏବଂ ତ୍ୱଚା ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯିବ ନାହିଁ ।
– ଗରମ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ଭାବେ ହୋଇଥାଏ । ଏହାସହିତ ପେଟ ଗ୍ୟାସ ସମସ୍ୟା ରହେ ନାହିଁ । ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ଗୋଟେ କପ୍ ଗରମ ପାଣି ନିହାତି ଭାବେ ପିଅନ୍ତୁ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ଖାଦ୍ୟ ହଜମ ହୋଇଯାଏ ଏବଂ ପେଟ ହାଲୁକା ଲାଗିଥାଏ ।
– ଋତୁ ପରିବର୍ତ୍ତନରେ ଥଣ୍ଡା କାଶ ହେବା ଏହା ସାଧାରଣ କଥା । ଏଥିପାଇଁ ଆପଣ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଆପଣ କାଶ, ଥଣ୍ଡାରୁ ରକ୍ଷା ପାଇବା ପାରିବେ ।
– ଖରାପ ଖାଦ୍ୟ ଖାଇବା ଦ୍ୱାରା ଶରୀର ଭିତରେ ବିଷାକ୍ତ ପଦାର୍ଥ ଜମାଟ ବାନ୍ଧି ଦେଇଥାଏ । ମଣିଷ ବହୁତ ଶୀଘ୍ର ବୁଢା ଭଳି ଦେଖାଯାଇଥାଏ । ଏହି ସମସ୍ୟାକୁ ରୋକିବା ପାଇଁ ସକାଳୁ ଗରମ ପାଣି ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚା କୁଞ୍ଚିତ ହେବ ନାହିଁ ବା ଜାକି ଜାକି ଦେଖାଯିବ ନାହିଁ ।
– କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଗରମ ପାଣି ବହୁତ ଲାଭଦାୟକ ହୋଇଥାଏ । ଏହାଦ୍ୱାରା କେଶ ଗହନ ମଧ୍ୟ ହୋଇଥାଏ ।