ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ଗସ୍ତରେ ଆସୁଛନ୍ତି । ବରୁଣେଇ ପାଦଦେଶରେ ଥିବା ପାଇକ ସ୍ମାରକୀର ଭୂମି ପୁଜନ କରିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ପାଇଁ ବରୁଣେଇରେ ପିକିନିକ ବନ୍ଦ କରାଯାଇଛି । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି ଖୋର୍ଦ୍ଧା ଠାରେ ପହଞ୍ଚି ଥିଲେ । ଡିପିଜି ସୁରକ୍ଷା ବ୍ୟବସ୍ଥାକୁ ଭଲ ଭାବରେ ଯାଞ୍ଚ କରିଛନ୍ତି ।
ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି, ୪ଜଣ ଏସପି ଓ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାର ଡିଜିପି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଆସନ୍ତା ୮ ତାରିଖ ଦିନ ସକାଳ ୧୦ଟା ୧୦ ମିନିଟରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଗୋସଳା ପଡିଆରେ ହେଲିକପ୍ଟର ଯୋଗେ ପହଞ୍ଚିବେ । ସେଠାରୁ ସେ ସଡକ ପଥ ଦେଇ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ବେ ।