ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଆଉ ପାସପୋର୍ଟ ପାଇବାକୁ ଯିବାକୁ ପଡିବ ନାହିଁ ଥାନାକୁ । ହଁ ଆଜ୍ଞା ସାଧାରଣ ଲୋକଙ୍କ ସବୁିଧା ପାଇଁ ଏବେ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆବଦନକାରୀଙ୍କ ନା’ରେ କୌଣସି ଅପରାଧୀକ ମାମଲା ଅଛି କି ନାହିଁ , ସେ ସେଠାକାର ସ୍ଥାନୀୟ ନାଗରିକ କି ନୁହେଁ ତାହା ଯାଞ୍ଚ କରିବାକୁ ଆବେଦନକାରୀଙ୍କୁ ଯିବାକୁ ପଡିଥାଏ ଥାନା । ହେଲେ ଭୁବନେଶ୍ୱର ଆଞ୍ଚଳିକ ପାସପୋର୍ଟ କେନ୍ଦ୍ର ପକ୍ଷରୁ ନିଆଯାଇଥିବା ନୂଆ ପଦକ୍ଷେପ ଫଳରେ ଆଉ ଆବେଦନକାରୀଙ୍କୁ ଯିବାକୁ ପଡିବନାହିଁ ଥାନା ବୋଲି ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ମିଶ୍ର କହିଛନ୍ତି ।
ପାସପୋର୍ଟ ପାଇବାକୁ ୨୯ଦିନ ଲାଗୁଥିବା ବେଳେ ଆଞ୍ଚଳିକ ପାସପୋର୍ଟ ପକ୍ଷରୁ ଆବେଦନକାରୀଙ୍କୁ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ପାସପୋର୍ଟ ପ୍ରଦାନ କରାଯିବ । ଏଥିପାଇଁ ପୋଲିସ ଯାଞ୍ଚ ପ୍ରକ୍ରିୟାକୁ କୋହଳ କରିଛି କିନ୍ତୁ ଯେଉଁ ଆବେଦନକାରୀଙ୍କର କିଛି ସମସ୍ୟା ଥିବ ତାଙ୍କୁ ପାସପୋର୍ଟ ପାଇବାରେ ବିଳମ୍ବ ହେବ ବୋଲି ପାସପୋର୍ଟ ଅଧିକାରୀ ସୁଧାଂଶୁ ମିଶ୍ର କହିଛନ୍ତି । ସୂଚନା ଯୋଗ୍ୟ ଆଗରୁ ପାସପୋର୍ଟ ପାଇବା ପାଇଁ ଲୋକଙ୍କୁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ ଦଉଡିବାକୁ ପଡୁଥିଲା । ଯାହାଫଳରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଉଥିଲା ।