ସମ୍ବଲପୁର(ଏଟିଆର ବ୍ୟୁରୋ): ଗରିବ ନିର୍ମାଣ ଶ୍ରମିକମାନଙ୍କୁ ନାମ ପଞ୍ଜିକରଣ କରିବାକୁ ହେଲେ ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୀର୍ଘ ୪ଘଣ୍ଟା ଧରି ଅବୋରଧ କରିଥିଲେ ୧୦ହଜାରରୁ ଅଧିକ ଶ୍ରମିକ ।ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବାବେଳେ ସେପଟେ ଜିଲ୍ଲାରେ ଲେବର କାର୍ଡ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି । ବହୁ ଦିନର ଅସନ୍ତୋଷ ପରେ ଆଜି ରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୧୦ହଜାରରୁ ଅଧିକ ଶ୍ରମିକ ।
ଦୀର୍ଘ ୪ଘଣ୍ଟାର ଅବୋରଧ ପରେ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଅତିରିକ୍ତ ଶ୍ରମ କମିଶନର । ତେବେ ଶ୍ରମିକମାନଙ୍କର ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଶ୍ରମିକ ମାନେ ।ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବହୁ ଯୋଜନା କରୁଥିଲେ ହେଁ ତାହା କିପରି ଠିକ ଭାବରେ ସେମାନଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଏଭଳି ପରିସ୍ତିତି ଉପୁଜୁଛି ବୋଲି କୁହାଯାଇପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024